ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରବଚନ ବେଳେ ଦଳାଚକଟା । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଧାର୍ମିକ କାର୍ୟ୍ୟକ୍ରମରେ ପ୍ରସାଦ ବଣ୍ଟନ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୧୭ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି । ଧାର୍ମିକ ଉପଦେଶ ଦିଆଯାଉଥିବା ସ୍ଥାନରେ ପ୍ରାୟ ୨୫,୦୦୦ ଭକ୍ତ ଉପସ୍ଥିତ ଥିଲେ। ଏାରେ ପ୍ରବଚନ ମଧ୍ୟ ଚାଲିଥିଲା । ଏହି ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବଣ୍ଟା ହେବା ସମୟରେ ହଠାତ୍ ଦଳାଚକଟା ପରିସ୍ଥିତି ସଅଷ୍ଟି ହୋଇଥିବା ଏଠିକାର ଜଣେ ଅଧିକାରୀ କହିଛନ୍ତି ।

ସେପଟେ ଏସ୍ ଡିଏମ୍ ଶୈଳେନ୍ଦ୍ର ସିଂ କହିଛନ୍ତି ଯେ କହିଛନ୍ତି, ‘ପ୍ରସାଦ’ ଦିଆଯାଉଥିବାବେଳେ ୧୭ ଜଣ ଆହତ ହୋଇଥିଲେ, ଯେଉଁଠାରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ରାମକଥା ପାଠ କରୁଥିଲେ। ପ୍ରାୟ ୨୫,୦୦୦ ଭକ୍ତ ଉପସ୍ଥିତ ଥିଲେ, କିନ୍ତୁ ନଡ଼ିଆ ବଣ୍ଟନ ସମୟରେ ଦଳାଚକଟା ଆରମ୍ଭ ହୋଇଥିଲା । ଆହତମାନଙ୍କୁ ସିଭିଲ ହସ୍ପିଟାଲ ଏବଂ ବିନା ରିଫାଇନାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।