ଏନସିପି ମୁଖ୍ୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ମରାଠୀ ଅଭିନେତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଜାମିନ ନାମୁଞ୍ଜର ହେବାରୁ ତାଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ଏପରିକି ତାଙ୍କ ବିରୋଧରେ ମୁମ୍ବାଇରେ ଆଉ ୨ଟି ଏବଂ ଆକୋଲାରେ ଗୋଟିଏ ମାମଲା ରୁଜୁ ହୋଇଛି । ପୂର୍ବରୁ ୨୯ ବର୍ଷୀୟା ଅଭିନେତ୍ରୀଙ୍କ ବିରୋଧରେ ଠାଣେ, ପୁଣେ ଓ ଧୁଲେ ଜିଲ୍ଲାରେ ମାମଲା ରୁଜୁ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts