ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି: ତିନି ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ

କଟକ : ଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରେ ଏବେ ସିଲଭର ସିଟିରୁ ଜବତ ହୋଇଛି ନକଲି ଔଷଧ । ବେଧଡକ ଚାଲିଛି ନକଲି କାରବାର । ପୁଣି କଟକରୁ ଜବତ ହୋଇଛି ତିନି ଲକ୍ଷ ଟଙ୍କାର ନକଲି ମେଡିସିନ ।

ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ମେଡିସିନ ଜବତ କରିଛି ପୁରୀଘାଟ ଥାନା ପୋଲିସ ।

ଭି.ଆର୍ ଡ୍ରଗ ଏଜେନ୍ସି ଏହି ନକଲି ମେଡିସିନ କୋଲକାତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭି ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ବି ଗିରଫ ହୋଇଛନ୍ତି ।

ସୂଚନା ଥାଉକି ଗତ କିଛି ଦିନ ତଳେ କଟକରେ ନକଲି ମେଡିସିନ ବିକ୍ରି ହେଉଊଥିବା ନେଇ ହୋଇଥିଲା ଅଭିଯୋଗ । ଏହି ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ ।

Related Posts