କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବରିଷ୍ଠ ନେତା ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୁବଶିଘ୍ର ଅନୁଷ୍ଠିତ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ। ଏଥିପାଇଁ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ସୋମବାର ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭେଟଘାଟର କାରଣ ସ୍ପଷ୍ଟ ହୋଇନାହିଁ । ଲୋକସଭାର ସାଂସଦ ଥରୁର ସୋନିଆ ଗାନ୍ଧୀଙ୍କୁ ଏହିଭଳି ସମୟରେ ଭେଟୁଛନ୍ତି ଯେତେବେଳେ ସଙ୍କେତ ମିଳିଛି ଯେ ସେ ଆଗାମୀ ଅଧ୍ୟକ୍ଷ ନିର୍ବାଚନ ଲଢ଼ି ପାରନ୍ତି। ତେଣୁ ସୋନିଆ ଙ୍କୁ ଥରୁର ଭେଟିବା ଏବେ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ, କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ସେପ୍ଟେମ୍ବର ୨୨ରେ ବିଦ୍ଧିବଦ୍ଧ ନୋଟିସ ଜାରିହେବ । ସେହିଭଳି ନାମାଙ୍କନ ପ୍ରକ୍ରିୟା ୨୪ରୁ ୩୦ ତାରିଖ ମଧ୍ୟରେ ଶେଷ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ତାରିଖ ରହିଛି । ଯଦି ଗୋଟିଏରୁ ଅଧିକ ପ୍ରାର୍ଥୀ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିବେ ତେବେ ଅକ୍ଟୋବର ୧୭ ତାରିଖରେ ମତଦାନ ହେବ । ୧୯ ଅକ୍ଟୋବରରେ ସଭାପତି ନିର୍ବାଚନର ଫଳ ଘୋଷଣା ହେବ ।

Related Posts