କନ୍ଧମାଳ ମ୍ୟାଲେରିମାହା ଗାଁ ନିକଟ ଜଙ୍ଗଲରେ ଝୁଲୁଛି ଦମ୍ପତିଙ୍କ ମୃତଦେହ

ସାରଙ୍ଗଡ଼: ଜଙ୍ଗଲରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ପଂଚାୟତ ମ୍ୟାଲେରିମାହା ଗ୍ରାମ ନିକଟ ଜଙ୍ଗଲରୁ ଏହି ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l ମୃତ ସ୍ୱମୀ-ସ୍ତ୍ରୀ ହେଲେ ଗାଁ ସାଥି ମନୋରଞ୍ଜନ ନାୟକ ଏବଂ ଆଶାକର୍ମୀ ସ୍ମିତାଞ୍ଜଳି ନାୟକ l ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକେ ମୃତଦେହ ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସାରଙ୍ଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ସାରଙ୍ଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ l ଅନ୍ୟପଟେ ଏହା ପଛରେ ପାରିବାରିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି l ତ

ଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ଥାନାଧିକାରୀ ବଧୂଲିକା ବିଶ୍ୱାଳ କହିଛନ୍ତି l

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶୋକାକୁଳ ପରିବେଶ ଖେଳି ଯାଇଛି ।

Related Posts