କଟକ ଟ୍ରିପଲ ମର୍ଡର ଘଟଣା: ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧ ଅଟକ

ପର୍ଦ୍ଦାଫାସ୍ ହେଲା କଟକ ସାଇକୋ କିଲର ରାଜ୍ । କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର ଧରା ପଡିଛି ବୋଲି ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ୱର ସିଂହ । ତେବେ ଏହି ଆତଙ୍କ ରାଜ ପଛରେ ଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ନାରାୟଣ ସାହୁ । କିନ୍ତୁ ଏହି ବ୍ୟକ୍ତି ଜଣକ ସାଇକୋ କିଲର କି ନା ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ଡିସିପି ଅଖିଳେଶ୍ୱର ସିଂହ କଗିଛନ୍ତି କି, ଘଟଣା ପରଠୁ ହତ୍ୟାକାରୀ ଫେରାର ଥିଲା । ତାକୁ ଧରିବା ଲାଗି ପୋଲିସ ପକ୍ଷରୁ ୫ଟି ସ୍ପେଶାଲ ଟିମ୍ ଗଠନ କରି ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଛାନଭିନ୍ ଚାଲିଥିଲା ।

ଉଲ୍ଲେଖଯୋଗ୍ୟ, କଟକରେ ୩ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯିବା ପରେ ଲୋକଙ୍କ ମଧ୍ୟରେ ଷ୍ଟୋନମ୍ୟାନର ଆତଙ୍କ ବଢି ଯାଇଥିଲା । ଏହି ୩ଟି ହତ୍ୟାକାଣ୍ଡ ଏକା ପ୍ରକାରର ହୋଇଥିବା କାରଣରୁ ଜଣେ ସାଇକୋ ବ୍ୟକ୍ତି ଏଭଳି କରୁଥିବା ପୋଲିସ କମିଶନର ସନ୍ଦେହ କରୁଥିଲେ । ଆଜି ଏହି ଘଟଣାରେ ପର୍ଦ୍ଦାଫାସ୍ ହୋଇଛି । ତେବେ ଏହି ଷ୍ଟୋନମ୍ୟାନ କେବଳ କଟକରେ ନୁହେଁ ପଡୋଶୀ ଜଗତସିଂହପୁର ଜିଲ୍ଲାରେ ଆତଙ୍କ ଖେଳାଇଛି । ଗତ ଜୁନ ୨୮ ବିଳମ୍ବିତ ରାତ୍ରୀରେ ଏହି ଷ୍ଟୋନମ୍ୟାନ ପାରାଦୀପ ନେହେରୁ ବଙ୍ଗଳା ନିକଟରେ ଶୋଇଥିବା ଦୁଇ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Related Posts