ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା : ଖୁବ ଶୀଘ୍ର ଘୋଷଣା କରିବେ ମନ୍ତ୍ରିମଣ୍ଡଳ

ଗତ ଏକ ମାସ ଧରି କର୍ଣ୍ଣାଟକ ରାଜନୀତି ସରଗରମ ରହିଥିଲା । କେତେବେଳେ କଣ ଘଟୁଥିଲା ତାହା ଅନୁମାନ ମଧ୍ୟ କରି ହେଉନଥିଲା । ତେବେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି  । କଂଗ୍ରେସ-ଜେଡିଏସ ସରକାରକୁ ଭାଙ୍ଗି ନୂତନ କରି ବିଜେପି ସରକାର ସ୍ଥାପନ କରିଥିବା ବିଏସ ୟେଦିୟୁରପ୍ପା ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି ।

କର୍ଣ୍ଣାଟକ ରାଜନୀତି ୨୦୧୮ରେ ଜେଡିଏସ-କଂଗ୍ରେସ ମେଂଟ ସରକାର ଗଠନ ହେବା ପରଠୁ ଚର୍ଚ୍ଚାରେ ରହିଥିଲା । ଜେଡିଏସ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ କଂଗ୍ରେସ ସହାୟତାରେ ଏସଡି କୁମାରସ୍ୱାମୀ ମୁଖ୍ୟାମନ୍ତ୍ରୀ ହୋଇଥିଲେ । ଏଥିରେ ମଧ୍ୟ ସରକାର ଭାଙ୍ଗି ଯିବାର ଭୟ ରହିଥିଲା । କାରଣ ଅନେକ ଜେଡିଏସ ଓ କଂଗ୍ରେସ ବିଧାୟକ ବିଜେପି ସଂପର୍କରେ ରହିଥିଲେ । ନିଜ ଦଳ ବିରୋଧରେ ମଧ୍ୟ ଅସନ୍ତୁଷ୍ଟ ଥିଲେ । ବିଦ୍ରୋହୀ ବିଧାୟକମାନେ ସରକାରର ହାତ ଛାଡିବା ପରେ କୁମାସ୍ୱାମୀଙ୍କ ପ୍ରତି ବିପଦ ଘନେଇଥିଲା । ସ୍ୱାଧୀନ ବିଧାୟକଙ୍କ ସହ କଂଗ୍ରେସ ଓ ସ୍ୱାଧୀନ ବିଧାୟକ ବିଜେପିରେ ଯୋଗଦେବା ପରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିଲା । ଫଳରେ ଗତ ୫ ଦିନ ତଳେ କୁମାରସ୍ୱାମୀଙ୍କୁ ଆସ୍ଥା ଭୋଟର ସାମ୍ନା କରିବାକୁ ପଡିଥିଲା । ଏଥିରେ ସେ ବିଫଳ ହୋଇଥିଲେ । କାରଣ ତାଙ୍କ ସମର୍ଥରେ ୯୭ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିଥିଲା ।

ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିଥିଲା । ବିଜେପି ନେତା ବିଏସ ୟେଦିୟୁରପ୍ପା ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ  । ରାଜ୍ୟପାଳ ତାଙ୍କୁ ଆଜି ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ କହିଥିଲେ  । ଯେଉଁଥିରେ ସେ ସଫଳ ହୋଇଛି ।

ସୂଚନାଯୋଗ୍ୟ,୧୭ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ କରିଥିବାରୁ ୨୨୫ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ବହୁମତ ସଂଖ୍ୟା ୧୦୫କୁ ଖସି ଆସିଥିଲା । ଏହି ବହୁମତ ସଂଖ୍ୟା ବିଜେପି ପାଖରେ ରହିଥିଲା ।

Related Posts