କଟକ ମହାନଗର ନିଗମରେ ଭୋଟ ଗଣତି: ବିଜେଡ଼ି କୁ ପଛରେ ପକାଇଲା କଂଗ୍ରେସ

କଟକ: ରାଜ୍ୟରେ ଆଜି ପୌର ନିର୍ବାଚନ ଲାଗି ଭୋଟ ଗଣତି ଚାଲିଥିବା ବେଳେ,କଟକ ମହାନଗର ନିଗମରେ ଭୋଟ ଗଣତିରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି । ବିଜେଡିକୁ ପଛରେ ପକାଇଛି କଂଗ୍ରେସ । ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପଛରେ ପକାଇ ଆଗକୁ ମାଡି ଚାଲିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୫୯୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାଷ ସିଂହଙ୍କୁ ୫୫୭୪ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩୦୬ ଖଣ୍ଡ ଭୋଟ୍ ମିଳିଛି ।

ମତଦାନ ମାଧ୍ୟମରେ ସହରବାସୀ ସେମାନଙ୍କର ନେତା ବାଛିଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ଗଣତି ପ୍ରକ୍ରିୟା ।

ମୈଦନାରେ ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି । ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ସେହିପରି ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ।

ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେୟର ଓ ୬୭ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ପାଇଁ ୨୪ଟି ଟେବୁଲ କରାଯାଇଛି । ୨ଟି ଯାକ ଅଲଗା ଅଲଗା ଗଣତି କରାଯାଉଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଛି ଏବଂ ପରେ ଇଭିଏମ ଗଣତି ହେବ ।

Related Posts