ତିତ୍‌ଲି ପରେ ଆସୁଛି ‘ଗଜ’

ଭୁବନେଶ୍ବର: ତିତ୍‌ଲି କ୍ଷତ ଏ ଯାଏଁ ଭରିନି । ପୁଣି ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି ବଙ୍ଗୋପସାଗରରେ । ଅବପାତର ରୂପ ନେଇ ଏବେ ବାତ୍ୟାର ରୂପ ନେବାକୁ ବଳ ଜୁଟାଇଛି । ବାତ୍ୟାର ରୂପ ନେବା ପରେ ଏହାର ନାଁ ରହିବ ‘ଗଜ’ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ରବିବାର ଅପରାହ୍ନ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ ।

‘ଗଜ’ର ପ୍ରଭାବରେ କିନ୍ତୁ 12ରୁ 15 ତାରିଖ ଭିତରେ କାଁ ଭାଁ ସାମାନ୍ୟ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏବେ ଏହା ତାମିଲନାଡୁ ଉପକୂଳ ଆଡକୁ ମୁହାଁଇଥିବା ସୂଚନା ରହିଛି ।

ରାଜ୍ୟରେ ମେକ୍ ଇନ ଓଡ଼ିଶା କନକ୍ଲେଭ ଆରମ୍ଭ ହେଉଛି । ଗଜର ପ୍ରଭାବ ଏତେ ରହିବ ନାହିଁ ବୋଲି ଜଣାପଡିବା ପରେ ସରକାରଙ୍କୁ ଆଶ୍ବସ୍ତି ଆଣି ଦେଇଛି ।

Related Posts