‘ନୋଟବନ୍ଦୀ ଓ ଜିଏସ୍‌ଟି ଦେଶର ବିକାଶରେ ବାଧକ’

ନୋଟବନ୍ଦୀ ଓ ଜିଏସଟି ଦେଶର ବିକାଶରେ ବାଧକ ହୋଇଛି । ଏମିତି କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଏବେ ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଥିଲେ ବି ଏହା ଦେଶର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହେଉନାହିଁ । କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନ କହିଛନ୍ତି, ୨୦୧୨ରୁ ୨୦୧୬ ମଧ୍ୟରେ ଦେଶ ଦ୍ରୁତ ଭାବେ ଅଭିବୃଦ୍ଧି ହାସଲ କରିଥିଲା । କିନ୍ତୁ ନୋଟବନ୍ଦୀ ଏବଂ ଜିଏସ୍‌ଟି ଅଭିବୃଦ୍ଧିକୁ ପ୍ରଭାବିତ କରିଛି । ସାରା ବିଶ୍ବରେ ଅଭିବୃଦ୍ଧି ସଠିକ୍‌ ଚାଲିଥିବା ବେଳେ ଭାରତରେ ଏହା ଧିମେଇ ଯାଇଛି । ଭାରତରେ ଗତ ୨୫ ବର୍ଷ ଭିତରେ ୭ ପ୍ରତିଶତରୁ ଅଧିକ ବିକାଶ ଦର ରହିବା ଦୃଢ଼ ଅର୍ଥନୀତିକୁ ଦର୍ଶାଉଛି । କିନ୍ତୁ ଏବେର ସ୍ଥିତି ପାଇଁ ଏହା ଯଥେଷ୍ଟ ନୁହେଁ । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ହୋଇପାରୁ ନଥିବା କହିଛନ୍ତି ରଘୁରାମ ରାଜନ ।

Related Posts