ସାଇରସ ପାଲୋନଜୀ ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ: ଯୋଗ ଦେଲେ ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ

ମୁମ୍ବାଇ : ସଡ଼କ ଦୁର୍ଘଟଣା ରେ ଆଖି ବୁଜିଛନ୍ତୀ ଉଦ୍ୟୋଗପତି ତଥା ଟାଟା ସନ୍ସଙ୍କ ପୂର୍ବତନ ଅଧ୍ୟକ୍ଷ ସାଇରସ ପାଲୋନଜୀ ମିସ୍ତ୍ରୀ । ମଙ୍ଗଳବାର ଅନ୍ତ୍ୟେଷ୍ଟି ମୁମ୍ବାଇରେ ସମ୍ପନ୍ନ ହୋଇଛି। ୱର୍ଲି ଶ୍ମଶାନରେ ପାରସୀ ରିତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ତେବେ ଏହି ସମୟରେ ଉଦ୍ୟୋଗପତି ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ ଉପସ୍ଥିତ ଥିଲେ। ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଓ ମିଲିନ୍ଦ ଦେଓଡା ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଞ୍ଚିଥିଲେ। ଏହି ଅବସରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ଗତ ରବିବାର ଦିନ ମହାରାଷ୍ଟ୍ର ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ପରଲୋକ ହୋଇଥିଲା।

କାର ଯୋଗେ ସାଇରସ ମିସ୍ତ୍ରୀ ଅହମଦାବାଦରୁ ମୁମ୍ବାଇ ଫେରୁଥିଲେ। ସାଇରସ ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିରେ ବରିଷ୍ଠ ଉଦ୍ୟୋଗପତି ରତନ ଟାଟାଙ୍କ ସାବତ ମା ସିମୋନ ଟାଟା ମଧ୍ୟ ଯୋଗଦେଇଥିଲେ। ସିମୋନ ଟାଟାଙ୍କ ଉପସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଗତ ଦିନରେ ଟାଟା ଓ ସାଇରସ ମିସ୍ତ୍ରୀଙ୍କ ସମ୍ପର୍କ ତିକ୍ତ ଥିଲା।

ସାଇରସ ମିସ୍ତ୍ରୀଙ୍କ ପରଲୋକରେ ଟାଟା ସନ୍ସ ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନ ଓ ଟିସିଏସ ବୟାନ ଜାରି କରି ଶୋକ ପ୍ରକାଶ କରିଥିଲେ। ତେବେ ରତନ ଟାଟା ଘଟଣାରେ ଗୋଟେ ଶବ୍ଦ ବି କହି ନାହାନ୍ତି। ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ୱର୍ଲି କ୍ରିମେଟରିୟମରେ କରାଯାଇଛି। ପାରସୀଙ୍କ ଶବ ସଂସ୍କାର ଲାଗି ୨୦୧୫ ମସିହାରୁ ଏଠାରେ ଶ୍ମାଶାନ ପ୍ରତିଷ୍ଠା ହୋଇଛି। ଏଠାରେ ପାର୍ସିମାନଙ୍କର ଟାୱାର୍ସ ଅଫ ସାଇଲେନ୍ସ ଉପରେ ସଂସ୍କାର ନ କରି ବିକଳ୍ଫ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହୋଇ ଆସୁଛି m

Related Posts