ଦୀର୍ଘ ୨୩ ବର୍ଷ ପରେ ଅନଲାଇନ ରିଟେଲର ଗ୍ରାହକ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଲେ ଡେଭ କ୍ଲାର୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୨୩ ବର୍ଷ ପରେ ଅନଲାଇନ ରିଟେଲର ଗ୍ରାହକ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଲେ ଡେଭ କ୍ଲାର୍କ । ସେପଟେ କମ୍ପାନୀରେ ୩୦ ବର୍ଷ ରହି ଆମାଜନକୁ ବିଶ୍ୱର କୋଣ ଅନୂକୋଣର ଲୋକଙ୍କ ପାଖକୁ ପହଁଞ୍ଚାଇ ଥିଲେ । ଦଳକୁ ଏକ ଇମେଲରେ କ୍ଲାର୍କ କହିଛନ୍ତି ଯେ ଆମାଜନରେ ତାଙ୍କର ଅବିଶ୍ୱସନୀୟ ସମୟ ଅଛି । କିନ୍ତୁ ଏହା ସମୟ ମୁଁ ପୁନର୍ବାର ନିର୍ମାଣ କରିବାକୁ ଯାଉଛି ।

ଅନ୍ୟପଟେ କ୍ଲାର୍କ କମ୍ପାନୀ ଛାଡ଼ିବା ପରେ କମ୍ପାନୀରେ ତାଙ୍କ ଉତ୍ତରାଧିକାରୀ ନାହାନ୍ତି । ଅର୍ଥାତ ତାଙ୍କ ସ୍ଥାନରେ ରହିବା ପାଇଁ କମ୍ପାନୀ ପାଖରେ କୌଣସି ବ୍ୟକ୍ତି ନାହାଁନ୍ତି । ତଥାପି ଆମାଜନ ସିଇଓ ଆଣ୍ଡି ଜାସି କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ତାଙ୍କ ଦାୟିତ୍ୱକୁ ଅନ୍ୟ ଜଣଙ୍କୁ ଦିଆଯିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts