କର୍ଣ୍ଣାଟକ ହାଭେରୀ ଜିଲ୍ଲାର ଆର୍‌ଏସ୍‌ଏସ୍ କର୍ମୀଙ୍କୁ ମାଡ଼ ମାରିବା ଘଟଣା: ୨୦ ଜଣ ଗିରଫ

ବେଙ୍ଗାଲୁରୁ:ମଙ୍ଗଳବାର କର୍ଣ୍ଣାଟକ ହାଭେରୀ ଜିଲ୍ଲାର ଆର୍‌ଏସ୍‌ଏସ୍ କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ। ଗିରଫ ହେଲେ ୨୦ ଜଣ । ୨୦ ଜଣଙ୍କୁ ଗରିଫ କରିଛି ହାବେରୀ ପୁଲିସ୍। ଗିରଫମାନଙ୍କ ମଧ୍ୟରୁ ଜଣେ ମୁସ୍ଲିମ ଅର୍ଗାନାଇଜେସନ ଅଞ୍ଜୁମନ-ଇ-ଇସ୍ଲାମ୍ର ସଭାପତି ଥିବା ଜଣାପଡ଼ିଛି।

କର୍ଣ୍ଣାଟକର ହାଭେରୀ ଜିଲ୍ଲା ରାତେହାଲ୍ଲି ଗାଁରେ ଏହି ଘଟଣା ଘଟିଥିଲା। ଉକ୍ତ ଗାଁରେ ବ୍ୟକ୍ତି ଜଣଙ୍କ ଆର୍‌ଏସ୍‌ଏସ୍‌ ପଥ ସଂଚାଳକ ଭାବେ କାମ କରୁଥିଲେ। କୌଣସି କଥାକୁ ନେଇ RSS କର୍ମୀ ଓ ଅନ୍ୟ ସମ୍ପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଦେଖୁ ଦେଖୁ ତର୍କ କଳହ ରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନ୍ୟ ସମ୍ପ୍ରଦାୟର ଲୋକ RSS କର୍ମୀଙ୍କୁ ମାଡ଼ ମାରିଥିଲେ। ଏହାପରେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ବୁଝିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ହାଭେରୀ ଏସ୍‌ପି କହିଛନ୍ତି ଯେ ଘଟଣାରେ ୨୦ ଜଣଙ୍କୁର ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଜଣେ ମୁସ୍ଲିମ ଅର୍ଗାନାଇଜେସନ ଅଞ୍ଜୁମନ-ଇ-ଇସ୍ଲାମ୍ର ସଭାପତି ଅଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି

Related Posts