ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ର କୋଭାକ୍ସିନ ପରୀକ୍ଷଣକୁ ଅନୁମତି ଦେଲା DCGI

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ୨ ରୁ ୧୮ ବର୍ଷର ଛୁଆ ମାନଙ୍କ ପାଇଁ ଖୁବଶୀଘ୍ର ଟିକ ଆସିବାକୁ ଯାଉଛି। ଏଥିପାଇଁ ଡ୍ରଗ୍ସ ଜେନେରାଲ କଣ୍ଟ୍ରୋଲ ଅଫ୍ ଇଣ୍ଡିଆ(DCGI) ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ୨ୟ ଓ ୩ୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି। ୨ ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ଟିକା ତିଆରି କରିବାକୁ ଏହି କ୍ଲିନିକାଲ ପରୀକ୍ଷଣ ହେବ। ଭାରତ ବାୟୋଟେକ ୫୨୫ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରିବ। ଏହା ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକର ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ ସଂଗଠନର (CDSCO) ସବଜେକ୍ଟ ଏକ୍ସପର୍ଟ କମିଟି(SEC) ବୁଧବାର ଅନୁମତି ପ୍ରଦାନ କରିଥିଲା। ଏହାପୂର୍ବରୁ, ଫେବୃଆରୀ 24 ତାରିଖ ଦିନ SEC ବୈଠକରେ ପିଲାମାନଙ୍କ ଉପରେ ପରୀକ୍ଷା ପରିଚାଳନା ପ୍ରସ୍ତାବ ଉପରେ ବିଚାର କରାଯାଇଥିଲା ଏବଂ ଭରତ ବାୟୋଟେକକୁ ସଂଶୋଧିତ କ୍ଲିନିକାଲ ଟ୍ରାଏଲ ପ୍ରୋଟୋକଲ ଦାଖଲ କରିବାକୁ କୁହାଯାଇଥିଲା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ହୋଇଥିବା କୋଭାକ୍ସିନ୍, ଭାରତରେ ଚାଲିଥିବା କୋଭିଡ୍ -19 ଟୀକାକରଣ ଡ୍ରାଇଭରେ ବୟସ୍କମାନଙ୍କଠାରେ ବ୍ୟବହୃତ ହେଉଛି ।  ଭାରତ ଏବେ କରୋନାର ଦ୍ବିତୀୟ ଲହର ସହ ମୁକାବିଲା କରୁଥିବାବେଳେ ଆଗାମୀ ଦିନରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଆଉ ତୃତୀୟ ଲହରରେ ଛୋଟ ଛୁଆ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଗତ କିଛିଦିନ ତଳେ ଆମେରିକାର ଏଫିଡିଏ ଜରୁରୀକାଳୀନ ବ୍ୟବହାର ପାଇଁ Pfizer ଏବଂ BioNTech ଟିକାକୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଦେବା ପାଇଁ ଅନୁମତି ପ୍ରଦାନ କରିଛି। ପୂର୍ବରୁ ଆମେରିକାରେ ୧୬ରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା ।

Related Posts