ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ସଂଜ୍ଞାନକୁ ନେଲେ ଜାତୀୟ ମାନବାଧିକାର କମିସନ। ତେବେ ଗତ ୨୬ ତାରିଖରେ କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏନ୍ଏଚ୍ଆର୍ସି ଘଟଣାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ଭାବେ ଦର୍ଶାଇବା ସହ, ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି ଏସ୍ପିଙ୍କୁ ନୋଟିସ ଜାରି କରିଛନ୍ତି । କମିସନ ୨ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟରେ ଘଟଣାର ତଦନ୍ତ ସ୍ଥିତି, ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସୂଚନା ଦେବାକୁ କୁହାଯାଇଛି।
