ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀର ମୃତ୍ୟୁ

କେନ୍ଦୁଝର : ଆଖି ବୁଜିଲେ ଜଣେ ଆଜୀବନ ସଜ୍ଜା କାଟୁଥିବା କଏଦୀ । ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜ୍ଜା କାଟୁଥିଲେ କଏଦୀ। ମୃତ କଏଦୀ ଜଣକ ହେଲେ ରାମଚନ୍ଦ୍ରପୁର ନୂଆସାହି ଅଞ୍ଚଳର ଖେଗେଶ୍ବର ବେହେରା ।

ସୂଚନାଯୋଗ୍ୟ ଯେ, ଖଗେଶ୍ବର ୨୦୦୨ ମସିହାରେ ଗଣ ହତ୍ୟା ମାମଲାରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବରେ ଥିଲେ । ପରେ ୨୦୦୫ ମସିହା ଫେବୃଆରୀ ୧ ତାରିଖରେ ପ୍ରଥମେ ତାଙ୍କୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଫାଶୀ ଦଣ୍ଡାଦେଶ ହୋଇଥିଲା । ପରେ ତାହା ୨୦୦୮ ମସିହାରେ ହାଇକୋର୍ଟରେ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ ହୋଇଥିଲା । ଜେଲ୍ କର୍ତ୍ତୃପକ୍ଷଙ୍କର କହିବା ଅନୁସାରେ ଖଗେଶ୍ବର ଗୁରୁତର ମଧୁମେୟ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସେ ଜେଲ୍‌ରେ ଗୁରୁତର ହୋଇ ପଡିଥିଲେ ଓ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

Related Posts