ଆସନ୍ତାକାଲି ମା ତାରିଣୀଙ୍କର ଆଷାଢୀ ପର୍ବ, ୧୨ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଆସନ୍ତାକାଲି ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କର ଆଷାଢୀ ପର୍ବ। ସେଥିପାଇଁ ମାଙ୍କର ସ୍ଵତନ୍ତ୍ର ନିତିକାନ୍ତି ଅନୁଷ୍ଠିତ ହେବ। ତେବେ କାଲି ଶ୍ରଦ୍ଧାଳୁଙ୍କ ପାଇଁ ମାଙ୍କ ଦର୍ଶନ ଦୀର୍ଘ ୧୨ଘଣ୍ଟା ଧରି ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ମା ଙ୍କର ବିଶେଷ ପୂଜାନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟା ୩୦ ପାରେ ମା ସୁନାବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ।

Related Posts