କରୋନା ଲଢେଇରେ ପୂର୍ବତନ ସେନା ଯବାନ ଓ ଅଧିକାରୀଙ୍କ ସହାୟତା ନେବାକୁ ରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ରାଜନାଥ

rajnath singh

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ମହାମାରୀ କରୋନା ପାଇଁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ ବୟାନ ଦେଇଛନ୍ତି । ତେବେ ସମସ୍ତ ରାଜ୍ୟପାଳଙ୍କ ସହ କଥା ହେବା ସହ ମହାମାରୀ କରୋନାର ମୁକାବିଲା ପାଇଁ ନିଜ ରାଜ୍ୟରେ ଥିବା ପୂର୍ବତନ ସେନା ଯବାନ ଓ ଅଧିକାରୀଙ୍କ ସହାୟତା ନେବା ପାଇଁ କହିଛନ୍ତି । ସାରା ରାଜ୍ୟର କରୋନା ସ୍ଥିତି ଏବଂ ବିଭିନ୍ନ ଦିଗ ବିଷୟରେ ମଧ୍ୟ ପଚାରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହା ସହ କରୋନା ବିରୋଧରେ ଲଢେଇରେ ରାଜ୍ୟ ପ୍ରଶାସନକୁ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବାକୁ କହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଅନେକ ୟୁନିଅନର ଲେଫ୍ଟ ଗଭର୍ନରଙ୍କ ସହ କଥା ହୋଇଥିଲେ ଏବଂ କରୋନା ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ମହାମରୀର ମୁକାବିଲା ପାଇଁ ତିନି ସଶସ୍ତ୍ର ବାହିନୀର ଦେଶର ସିଭିଲ ପ୍ରଶାସନକୁ ସହାୟତା କରିବେ ବୋଲି କହିଛନ୍ତି । କିଛିଦିନ ପୂର୍ବରୁ ଛତିଶଗଡ ରାଜ୍ୟପାଳ ଅନୁସୁୟା ଉଇକେ ନିଜ ରାଜ୍ୟର କରୋନା ସଂକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ଟ୍ୱିଟ କରିଥିଲେ । ତେବେ ରାଜ୍ୟରେ କରୋନାଭାଇରସ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସଙ୍କଟ ମୁକାବିଲା ପାଇଁ ରାଜ୍ୟରେ ରହୁଥିବା ସେନାବାହିନୀର ପୂର୍ବତନ ସେବାୟତ, ନର୍ସ, ଲ୍ୟାବ ଟେକ୍ନିସିଆନ ତଥା ପୂର୍ବତନ ସେବାୟତଙ୍କ ସେବା ନିଆଯାଇପାରିବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହି ତିନୋଟି ସେବା ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ପକ୍ଷ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା ଭାଇରସ ମାମଲାରେ ବ୍ୟାପକ ସ୍ପାଇକ ମୁକାବିଲା କରିବାରେ ସହାୟତା କରିଆସୁଛନ୍ତି । ଏହା ସହ ବାୟୁସେନା ଖାଲି ଅକ୍ସିଜେନ ଟ୍ୟାଙ୍କର ଏବଂ ପାତ୍ରଗୁଡିକୁ ଦେଶର ବିଭିନ୍ନ ଫିଲିଂ ଷ୍ଟେସନକୁ ପଠାଇ ଉକ୍ଟଙ୍ଖସୟ-୧୯ ରୋଗୀଙ୍କ ଚିକିତ୍ସାରେ ବହୁ ଆବଶ୍ୟକୀୟ ଡାକ୍ତରୀ ଅମ୍ଳଜାନ ବଣ୍ଟନକୁ ତ୍ୱରାନ୍ୱିତ କରିଥିଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Related Posts