ଟିଉସନ୍ ଶିକ୍ଷକଙ୍କ କଳା କାରନାମା ; ୬ ବର୍ଷ ଧରି ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହଲେ ଅଧ୍ୟାପକ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଗଞ୍ଜାମ ଜିଲାର ଆସ୍କା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସରୋଡା କଲେଜର ଇକୋନୋମିକ୍ସ ବିଭାଗର ଅଧ୍ୟାପକ । ଅଧ୍ୟାପକ ଜଣକ ଦୀର୍ଘ ୬ ବର୍ଷ ଧରି ଛାତ୍ରୀ ଜଣକୁ ଦୁଷ୍କର୍ମ କରୁଥଲେ । ଅଶ୍ଲୀଳ ଫଟୋ ଭାଇରାଲ ଧମକ ଦେଇ ସେ ଏଭଳି କୁଶ୍ଚିତ କାମ କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ୨୦୧୪ ମସିହାରୁ ଉକ୍ତ ଅଧ୍ୟାପକଙ୍କ ଘରକୁ ଟିଉସନ୍ ଯାଉଥିଲେ । ନବମ ଶ୍ରେଣୀରୁ ସେ ଦୁଷ୍କର୍ମର ଶୀକାର ହୋଇଥିଲେ । ସେବେଠାରୁ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ, ଭିଡିଓ ଭାଇରାଲ ଧମକ ଦେଇ ବହୁବାର ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ । କିନ୍ତୁ ଛାତ୍ରୀ ଜଣକ ରାଜି ନହେବାରୁ ଅଧ୍ୟାପକ ସେ ସବୁ ଅଶ୍ଲୀଳ ଫଟୋ ଓ ଭିଡିଓକୁ ଭାଇରାଲ କରି ଦେଇଥିଲେ । ତେବେ ଏ ନେଇ ଆସ୍କା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟ ପିଡୀତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ପିଡୀତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି । ଲୋକ ଲଜ୍ଜାକୁ ସହି ନପାରି ଛାତ୍ରୀ ଜଣକ ଯନ୍ତ୍ରଣାକୁ ମନ ଭିତର ଚାପି ରଖି ସେ ଭୟାତ୍ତୁର ହୋଇ ଦିନ କାଟୁଥିଲେ । ଏହା ଭିତରେ ସମୟ ସହ ଗତି କରି ଛାତ୍ରୀ ଜଣକ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇସାରିଲେଣି । କିନ୍ତୁ ଏବେବି ସେ ଟିଉସନ ଶିକ୍ଷକଙ୍କ ମାୟା ଜାଲରେ ଫସି ରହିଛନ୍ତି । ଏମିତିକି ତାଙ୍କର ସୁନା ଗହଣା ଓ ଯୁକ୍ତ ଦୁଇ ସାର୍ଟିଫିକେଟ ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରୀ ଜଣକ ଯଦି ତାଙ୍କୁ ବିବାହ ନକରନ୍ତି ସେ ତାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧାମକ ମଧ୍ୟ ଦେଉଥିଲେ । ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଥାନାରେ ମାମଲା ରୁଜୁ କରିଛନ୍ତି ।

Related Posts