ତଥାପି ଚେତିଲେନି ଲୋକେ, ବେଙ୍ଗାଲୁରୁ ନିକଟରେ ବ୍ରହ୍ମକାଳତ୍ସବରେ ହଜାର ହଜାର ଭକ୍ତଙ୍କ ଭିଡ

bangalore

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକରେ ଦିନକୁ ଦିନ କୋଭିଡ୍ ସ୍ଥିତି ଭୟାବହ ରୂପ ନେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । କରୋନା କଟକଣା ସତ୍ତ୍ୱେ ସୋମବାର କର୍ଣ୍ଣାଟକର ମାଙ୍ଗାଲୋର ସ୍ଥିତ ଉଲାଲ୍ର ସୋମେଶ୍ବର ମନ୍ଦିରରେ “ବ୍ରହ୍ମକାଳତ୍ସବ”ରେ ଭାଗ ନେବା ପାଇଁ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶହ ଶହ ଲୋକ ମାସ୍କ ପିନ୍ଧି ନାହାଁନ୍ତି କି ସାମାଜିକ ଦୂରତା ନିୟମ ପାଳନ କରୁ ନାହାଁନ୍ତି । ସୂଚନାଯୋଗ୍ୟ, ଏପ୍ରିଲ ୨୬ ତାରିଖ ଦିନ କର୍ଣ୍ଣାଟକ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ। ଏପ୍ରିଲ ୨୭ ତାରିଖ ରାତି ରାତି ୯ଟା ପରଠାରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହୋଇଛି। ରବିବାର କର୍ଣ୍ଣାଟକରେ ରେକର୍ଡ ୩୪ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related Posts