ଦିଲ୍ଲୀର ଆପ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘର ସହ ୫ଟି ସ୍ଥାନରେ ଚଢାଉ, ନଗଦ ୧୨ ଲକ୍ଷ ଟଙ୍କା ସହ ହତିଆର୍ ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିଧାୟକ ତଥା ଦିଲ୍ଲୀ ୱାକଫ୍ ବୋର୍ଡର ଅଧ୍ୟକ୍ଷ ଅମାନତୁଲ୍ଲାହ ଖାନଙ୍କୁ ଦିଲ୍ଲୀରେ ପଚରାଉଚରା ଜାରି ରହିଛି । ଏହାରି ଭିତରେ ଦୁର୍ନୀତି ନିବାରଣ ବ୍ୟୁରୋ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରିଛି । ଅମାନତୁଲ୍ଲାହ ଖାନଙ୍କ ଘର ସହ ୫ଟି ସ୍ଥାନରେ ଚଢଉ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଚଢଉ ସମୟରେ ଗୋଟିଏ ସ୍ଥାନରୁ ନଗଦ ଲକ୍ଷାଧିକ ଟଙ୍କା ଏବଂ ବେଆଇନ ହତିଆର ଜବତ କରାଯାଇଛି।

ସୂଚନା ଅନୁସାରେ, ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡିତ ଏକ ଦୁଇ ବର୍ଷ ପୁରୁଣା ମାମଲାରେ ଅମାନତୁଲ୍ଲାହ ଖାନଙ୍କୁ ଶୁକ୍ରବାର ତଦନ୍ତ ପାଇଁ ଡକାଯାଇଥିଲା। ଅପରାହ୍ନ ୧୨ଟାରେ ଜେରା ପାଇଁ ତାଙ୍କୁ ନୋଟିସ କରାଯାଇଥିଲା । ସମାନ ସମୟରେ ହିଁ ତାଙ୍କର ୫ଟି ଠିକଣାରେ ଚଢଉ କରାଯାଇଥିଲା । ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଜଣେ ସହଯୋଗୀଙ୍କ ଘରୁ ୧୨ ଲକ୍ଷ ଟଙ୍କାର ନଗଦ ଏବଂ ହତିଆର ଜବତ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ବିଧାୟକଙ୍କ ବ୍ୟକ୍ତିଗତ ସହାୟକଙ୍କ ନିକଟରୁ ଗୁଳି ମଧ୍ୟ ଜବତ କରାଯାଇଥିବା ଖବର ସାମନାକୁ ଆସିଥିଲା ।

Related Posts