ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ଉତ୍ସବ, ମୁଖ୍ୟଅତିଥି ଭାବେ ଯୋଗଦେବେ ସିଜେଆଇ ଜଷ୍ଟିସ ୟୁ ୟୁ ଲଳିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ଓଡ଼ିଶାର ନବମ ସମାଵର୍ତ୍ତନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମକୋର୍ଟର ଵିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ଼ ସମ୍ମାନୀତ ଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେବେ। ଏଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତି ତଥା ନ୍ୟାସନାଲ ଲ ୟୁନିଭରସିଟିର କୂଳପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର ଆଇନ୍‌ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଵେ।

ଏହି ସମାଵର୍ତ୍ତନ ଉତ୍ସଵରେ ମୋଟ ୨୨୧ ଜଣ ଆଇନ୍‌ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ଏହା ସହିତ ୪ଜଣଙ୍କୁ ଡକ୍ଟରେଟ ଉପାଧି, ୩୮ଜଣଙ୍କୁ ଏଲଏଲଏମ୍ ଡିଗ୍ରୀ ଓ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଦିଆଯବ ବୋଲି ସୂଚନା ମିଳିଛି।

Related Posts