ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ ଆଣିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ହିମନ୍ତ ବିଶ୍ୱ ଶର୍ମା କୋଭିଡ ଜନିତ ସୁରକ୍ଷା ସରଞ୍ଜାମ ପିପିଇ କିଟ୍ରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି। ପିପିଇ କିଟ୍ ତିଆରି କରୁଥିବା ଏକ କମ୍ପାନୀ ହିମନ୍ତ ବିଶ୍ୱ ଶର୍ମାଘଙ୍କ ପରିବାର ସହ ସମ୍ପର୍କ ରହିଛି। ଏହି ପିପିଇ କିଟ୍ କମ୍ପାନୀକୁ ଅହେତୁକ ଅର୍ଥ ଦିଆଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିବା ପରେ ଆକ୍ସନ୍ ମୁଡ୍କୁ ଆସିଛି ଆମ ଆଦମୀ ପାର୍ଟି । ସତ୍ୟେନ୍ଦ୍ରଙ୍କ ଗିରଫଦାରିକୁ ନେଇ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିବା ସହ ଆଜି ସେହି ଦଳର ନେତା ମନିଶ ସିଶୋଦିଆ ପିପିଇ କିଟ୍ ଦୁନୀତି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ହିମନ୍ତ ବିଶ୍ୱ ଶର୍ମା ତାଙ୍କ ସ୍ତ୍ରୀଙ୍କ କମ୍ପାନୀ ସହ ଚୁକ୍ତି କରିଥିଲେ।
ଏଥିପାଇଁ ସେ ଉକ୍ତ କମ୍ପାନୀ ପ୍ରତି ଅହେତକୁ ଅନୁଗ୍ରହ ଦେଖାଇଛନ୍ତି। ସମ୍ପୃକ୍ତ କମମ୍ପାନୀକୁ ଗୋଟିଏ ପିପିଇ କିଟ୍ ପାଇଁ ମୁଖ୍ୟମନ୍ତ୍ରୀ ଶର୍ମା ୯୯୦ ଟଙ୍କା ମୂଲ୍ୟ ଦେଇଥିବା ବେଳେ ଅନ୍ୟ କମ୍ପାନୀ ଠାରୁ ଗୋଟିଏ ପିପିଇ କିଟ୍ ପିଛା ୬୦୦ ଟଙ୍କାରେ କିଣାଯାଇଛି। ଏହି ଦୁର୍ନୀତି ସର୍ମ୍ପରେ ତାଙ୍କ ପାଖରେ ଆବଶ୍ୟକ ପ୍ରମାଣପତ୍ର ଥିବା ସିଶୋଦିଆ କହିଛନ୍ତି। ଏକ ତଦନ୍ତ ମୂଳକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସେ ଏହି ଅଭିଯୋଗ ଆଣିଥିବା କହିଛନ୍ତି। ଏହି ଖବର ନ୍ୟୁଜ୍ ପୋର୍ଟାଲ ‘ଦି ଓୟାର’ରେ ପ୍ରକାଶିତ ହୋଇଥିବା ସେ କହିଛନ୍ତି । ଯେଉଁ ୱେବସାଇଟରେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ସ୍ତ୍ରୀଙ୍କ ନାମ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ଆସାମରେ କୋଭିଡ୍ ସଂକ୍ରାନ୍ତୀୟ ହୋଇଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ପ୍ରକାଶ ପାଇଛି । ଅନ୍ୟପଟେ ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିଲେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।





