ଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ଡିଓଡ୍ରାଣ୍ଟ ବିଜ୍ଞାପନ; ହଟାଇବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ଡିଓଡ୍ରାଣ୍ଟ ବିଜ୍ଞାପନ । ତେବେ ଗୋଟିଏ ବ୍ରାଣ୍ଡର ଆପତ୍ତିଜନକ ଓ ଅଶ୍ଳିଳ ବିଜ୍ଞାପନକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ଏହି ବ୍ରାଣ୍ଡର ଦୁଇଟି ଭିଡିଓ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଅସନ୍ତୋଷ ସୃଷ୍ଟିହୋଇଛି । ଏହା ଦେଶରେ ଦୁଷ୍କର୍ମ ସଂସ୍କୃତିକୁ ପ୍ରେତ୍ସାହିତ କରୁଛି ବୋଲି କେତେକ ଲୋକ ଅଭିଯୋଗ କରିବା ପରେ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେପଟେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହସ୍ତକ୍ଷେପ କରାଯାଇ ଉକ୍ତ ବିଜ୍ଞାପନଦୁଇଟିକୁ ହଟାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଲେୟର କମ୍ପାନିର ଡିଓଡ୍ରାଣ୍ଟ ‘ସଟ୍’କୁ ନେଇ ଏହି ବିବାଦ ଦେଖାଦେଇଛି ।

ଗୋଟିଏ ବିଜ୍ଞାପନରେ କିଛି ଯୁବକ ଶେଷ ‘ସଟ୍’କୁ କିଏ ନେବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । କିନ୍ତୁ ଡିଓଡ୍ରାଣ୍ଟ ଦେଖାଇବା ବଦଳରେ ତାହା ଜଣେ ଯୁବତୀକୁ ଦେଖାଉଛି ।ଆଉ ଏକ ବିଜ୍ଞାପନରେ କିଛି ଯୁବକ ଏକ ଯୋଡ଼ା ଯୁବକଯୁବତୀଙ୍କ ବେଡରୁମକୁ ପ୍ରବେଶ କରି କିଏ ସଟ୍ ନେବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହା ଶୁଣି ଯୁବତୀ ଜଣକ ଡରିଯାଉଛି । ତେବେ ପରେ ସେମାନେ ଡିଓଡ୍ରାଣ୍ଟ ‘ସଟ୍’ ସଂପର୍କରେ କଥା ହେଉଥିବା ଦେଖାଯାଉଛି । ଏହି ଦୁଇଟି ବିଜ୍ଞାପନକୁ ନେଇ ବିବାଦ ଦେଖାଯିବା ପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଏହି ଅରୁଚିକର ଓ ଅଶ୍ଳିଳ ବିଜ୍ଞାପନକୁ ହଟାଇବାକୁ ଅନୁରୋଧ କରିଥିଲେ ।

Related Posts