ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନ ଉପରେ ଆକ୍ରମଣ ହୋଇଛି । ବିଜେପି ଯୁବମୋର୍ଚ୍ଚା ର କିଛି କର୍ମୀ ଆକ୍ରମଣ କରିଛନ୍ତି । ଏଥିରେ ସିସିଟିଭି ଓ ସୁରକ୍ଷା କାରଣରୁ ଲଗାଯାଇଥିବା ବ୍ୟାରିୟର ଭାଙ୍ଗିଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦୁର୍ବୃତ୍ତଙ୍କର ଏକ ଗୋଷ୍ଠୀ ଏହି ଆକ୍ରମଣ କିରଥିବା ଟ୍ବିଟ କରି ଅଭିଯୋଗ କରିବା ସହ ଦିଲ୍ଲୀ ପୋଲିସର ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି ସିସୋଦିଆ । ଖାଲି ସେତିକିରେ ଅଟକି ନାହାଁନ୍ତି ସିସୋଦିଆ, କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ବିଜେପି ଚାହୁଁଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପଞ୍ଜାବରେ ଆପର ବିପୁଳ ବିଜୟ ଏବଂ ବିଜେପିର ପରାଜୟ ପରେ ବିଜେପି କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛନ୍ତି ସିସୋଦିଆ ।

ଏହି ଆକ୍ରମଣରେ ବିଜେପି ଗୁଣ୍ଡା ମଧ୍ୟ ସାମିଲ ଥିଲେ ବୋଲି ସେ କହିଛନ୍ତି । ପୋଲିସ ତାଙ୍କୁ ରୋକିବା ପରିବର୍ତ୍ତେ ଆଗକୁ ବଢିବାରେ ସାହାଯ୍ୟ କରିଥିଲା ବୋଲି ସିସୋଦିଆ କହିଛନ୍ତି । ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଟ୍ବିଟ କରି ଆକ୍ରମଣର ଫଟୋ ପୋଷ୍ଟ କରିବା ସହ ବିଜେପିକୁ ଦାୟୀ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ମାମଲା ମଧ୍ୟ ଦାଏର ହୋଇଛି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ

Related Posts