ପବଜି ଗେମ ନେଲା ଦ୍ଵାଦଶ ଶ୍ରେଣୀ ଛାତ୍ରଙ୍କ ଜୀବନ: ଘରେ କେହି ନ ଥିବାବେଳେ ରଶି ଲଗାଇ ଝୁଲିଗଲେ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ପବଜି ଗେମ ପାଇଁ ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଘରେ କେହି ନ ଥିବାବେଳେ ରଶି ଲଗାଇ ଆତ୍ମହତ୍ୟା କରିଚନ୍ତି ଛାତ୍ର । ଏନେଇ ପାରିବାର ଲୋକଂକ ଠୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନଭିନ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ରୁ ପବଜି ଗେମ ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା ଅଞ୍ଚଳର ଭାଲାବ ନଗରରେ 18 ବର୍ଷୀୟ ବିବେକ ନିଜ ପରିବାର ସହ ରୁହନ୍ତି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ଘରେ ପରିବାର ଲୋକେ ନ ଥିବା ସମୟରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଘରକୁ ଆସିବା ପରେ ବିବେକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।ପୋଲିସ ବିବେକଙ୍କ ମୋବାଇଲ ଜବତ କରିଛି । ପୋଲିସ କହିଛି ଯେ ବିବେକ PUBG ଖେଳ ଖେଳିବାରେ ଅଭ୍ୟସ୍ତ ଥିଲେ । ଅନେକ ଥର ତାଙ୍କୁ ପବଜି ଗେମ୍ ଖେଳିବାକୁ ମଧ୍ୟ ବାରଣ କରାଯାଇଥିଲା । ହେଲେ ସେ ଏ ଗେମ ନିତିଦିନ ଖେଳୁଥିଲେ । ଫଳରେ ତାଙ୍କର ମୃତ୍ୟୁର କାରଣ ପବିଜି ଗେମ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଇନ୍ଦୋର ଅଞ୍ଚଳରେ ମଧ୍ୟ ଏପରି ଘଟଣା ଅନେକ ଘଟିଥିବାର ନଜିର ରହିଛି ।

Related Posts