୬ ସପ୍ତାହ ମଧ୍ୟରେ ଖାଲି କର ସରକାରୀ ବଙ୍ଗଳା, ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗଳା ଖାଲି କରିବାକୁ କୋର୍ଟ ତାଙ୍କୁ ୬ ସପ୍ତାହର ସମୟ ମଧ୍ୟ ଦେଇଛନ୍ତି। ତେବେ ସୁବ୍ରମଣ୍ୟମ୍ ସ୍ୱାମୀ କିଛିଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଟାଇପ-୭ ବଙ୍ଗଳା ରି ଆଲର୍ଟ କରିବାକୁ ଆବେଦନ କରିଥିଲେ । ଜେଡ ପ୍ଲସ ସୁରକ୍ଷା ଆଧାରରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ପୁଣିଥରେ ଆଲଟ୍ କରିବାକୁ ସେ ଆବେଦନ କରିଥିଲେ । ଏହି ମାଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସ୍ୱାମୀଙ୍କ ବଙ୍ଗଳା ରି ଆଲଟ୍ କରିବା ପରିବର୍ତ୍ତେ ଆସନ୍ତା ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ରାଜ୍ୟସଭା ସାଂସଦ ଭାବେ ଏପ୍ରିଲ ୨୦୨୨ ରେ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଏହାପରେ ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ସ୍ୱାମୀ ଉକ୍ତ ବଙ୍ଗଳାକୁ ତାଙ୍କ ନାମରେ ରି ଆଲଟ୍ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ସ୍ୱାମୀଙ୍କର ଏଭଳି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଥିଲେ । ସରକାର କୋର୍ଟରେ ତର୍କ ରଖିଥିଲେ ଯେ ଏହି ବଙ୍ଗଳାକୁ ଅନ୍ୟ ମନ୍ତ୍ରୀ କିମ୍ବା ସାଂସଦଙ୍କୁ ଆବଣ୍ଟିତ କରାଯିବାକୁ ଅଛି , ତେଣୁ ସ୍ୱାମୀ ତୁରନ୍ତ ବଙ୍ଗଳା ଖାଲି କରନ୍ତୁ । ଏହାପରେ କୋର୍ଟ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts