
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏକ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରିବା ସହ ହିମନ୍ତ ଶର୍ମା କଂଗ୍ରେସକୁ ପଚାରିଛନ୍ତି ଯେ ଆପଣ ମଧ୍ୟ ଏହାକୁ ଜାଳି ଦେବେ କି? ମୁଖ୍ୟମନ୍ତ୍ରୀ ସେୟାର କରିଥିବା ଫଟୋରେ ନେହେରୁ ଆରଏସଏସର ଖାକି ୟୁନିଫର୍ମରେ ନୁହେଁ ବରଂ କଂଗ୍ରେସର ସେବା ଦଳର ୟୁନିଫର୍ମରେ ଦେଖାଯାଉଛନ୍ତି। ପୂର୍ବରୁ ମଧ୍ୟ ନେହେରୁଙ୍କ ଏଭଳି ଚିତ୍ର ପ୍ରାୟତଃ ଭାଇରାଲ୍ ହୁଏ । ଏହା ସହିତ କୁହାଯାଏ ଯେ ନେହେରୁ ଖାକି ପିନ୍ଧିଥିଲେ ଓ ଏକ ଆରଏସଏସ ବୈଠକରେ ଯୋଗ ଦେଇଥିଲେ।
ତେବେ ନିକଟରେ କଂଗ୍ରେସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଥିଲା। ଯେଉଁଥିରେ ଏକ ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବାର ନଜର ଆସିଥିଲା। ଏହାକୁ ଆରଏସଏସ ପ୍ରତି ଅପମାନ କହି କଂଗ୍ରେସକୁ ଟାର୍ଗେଟ କରିଥିଲା ବିଜେପି। ଏହି ଟ୍ୱିଟକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା। କିନ୍ତୁ ଏହା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି କହିଥିଲେ କଂଗ୍ରେସ ନେତା। ତେବେ କଂଗ୍ରେସର ଏହି ଟ୍ୱିଟକୁ ନେଇ ଆଜି ହିମନ୍ତ ଏଭଳି ଟାର୍ଗେଟ କରିଛନ୍ତି।