ଅରବିନ୍ଦ କେଜରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା: ଘର ଘର ରେସନ ଯୋଜନା’ ରଦ୍ଦ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା। ରାଜ୍ୟରେ ରେସନର ହୋମ ଡେଲିଭରୀ ପାଇଁ ସରକାର କରିଥିବା ‘ଘର ଘର ରେସନ ଯୋଜନା’ ଙ୍କୁ ରଦ୍ଦ କରିଦେଇଛନ୍ତି ମାନ୍ୟବର କୋର୍ଟ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିପିନ ସାଂଘୀ ଓ ଜଷ୍ଟିସ୍ ଜସ୍ମିନ ସିଂହଙ୍କ ବେଞ୍ଚ ଗୁରୁବାର ଏ ବାବଦେ ସଂରକ୍ଷିତ ଥିବା ରାୟ ଘୋଷଣା କରିଛନ୍ତି।

କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ଚାହିଁଲେ ଏହି ପରି ଦ୍ୱିତୀୟ ଯୋଜନା କାର୍ଯ୍ୟକାରୀ କରିପାରନ୍ତି, ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଶଶ୍ୟରେ ଏପରି ଯୋଜନା ଚଳାଇପାରିବେ ନାହିଁ। ରାଜ୍ୟରେ ସରକାର ‘ଘର ଘର ରେସନ ଯୋଜନା ’ ଘୋଷଣା କରିବା ପରେ ଦିଲ୍ଲୀ ସରକାରୀ ରେସନ ଡିଲର୍ସ ଓ ଦିଲ୍ଲୀ ରେସନ ଡିଲର ଆସୋସିଏସନ ଯୋଜନା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ମାମଲାର ଶୁଣାଣି କରି ଗତ ଜାନୁୟାରୀରେ ରାୟ ସଂରକ୍ଷିତ ରଖିଥିବା ବେଳେ ଗୁରୁବାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଖାଦ୍ୟ ଶଶ୍ୟରେ ରାଜ୍ୟ ସରକାର ନିଜର ଯୋଜନା କାର୍ଯ୍ୟକାରୀ କରିପାରିବେନି ବୋଲି କୋର୍ଟ ସଫାସଫା କହିଛନ୍ତି। ତେବେ କୋର୍ଟଙ୍କ ପୂର୍ବରୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରାଜ୍ୟ ସରକାରଙ୍କ ଯୋଜନା ଉପରେ ରୋକ ଲଗାଇଥିଲେ।

ଏହି ଯୋଜନାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ରେସନର ହୋମ ଡେଲିଭରୀ ଲାଗି ପ୍ରତିଶ୍ରୁତି ଦେଇଥିଲେ। ତେବେ କେନ୍ଦ୍ର ସରକାର ରେସନର ଉଚିତ ମୂଲ୍ୟ ସହ ରେସନ ଦୋକାନର ଦର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବୋଲି କହିଛନ୍ତି ।

Related Posts