
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ରୋଡ୍ ରେଜ୍ କେସ୍ର ଶୁଣାଣିକରି କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜାବ ପୁଲିସ କଷ୍ଟୁଡିରେ ରହିବେ।
ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଫାଇନ୍ କରି ଛାଡ଼ିଦିଆଯାଇଥିଲା। ଏବେ ଆଇପିସିର ଧାରା ୩୨୩ରେ ତାଙ୍କୁ ଯେତେ ଅଧିକ ସଜା ଦିଆଯାଇପାରିବ କୋର୍ଟ ତାହା ଦେଇଛନ୍ତି।
ଘଟଣାକୁ ପ୍ରାୟ ୩୪ ବର୍ଷରୁ ଅଧିକ ସମୟ ବିତିଗଲାଣି। ହୁଏତ ଘଟଣାକୁ ଲୋକେ ଭୁଲିଯିବେଣି। ଏବର ପିଢ଼ି ମାମଲା ବିଷୟରେ ହୁଏତ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା କଣ ଥିଲା ଘଟଣା ?
ରୋଡ୍ ରେଜ୍ ମାମଲା କ’ଣ ?
ସେଦିନ ଥିଲା ୧୯୯୮ ଡିସେମ୍ବର ୨୭ ତାରିଖ। ନବଜୋତ ସିଂହ ସିଦ୍ଧୁ ଓ ରୁପିନ୍ଦର ସିଂହ ସାନ୍ଧୁ ନିଜର ଜିପ୍ସି ଗାଡ଼ିକୁ ପଟିଆଲାର ସେରେନୱାଲା ଗେଟ୍ କ୍ରସିଂ ନିକଟ ମଝି ରାସ୍ତାରେ ପାର୍କ କରିଥିଲେ। ୬୫ ବର୍ଷୀୟ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତି କାର ଚଳାଇ ସେଠାରେ ପହଞ୍ଚିଥିଲେ। ମଝି ରାସ୍ତାରେ କାର୍ ପାର୍କ ହୋଇଥିବା ଦେଖି ସେ କାର୍କୁ ସାଇଟ୍ କରିବାକୁ ସିଦ୍ଧୁ ଓ ସାନ୍ଧୁଙ୍କୁ କହିଥିଲେ। ଏତିକିରେ ସିଦ୍ଧୁ ରାଗିଯାଇ ଗୁରନାମଙ୍କୁ ପିଟାମରା କରିଥିଲେ। କେବଳ ସେତିକି ନୁହେଁ, ଆହତ ଗୁରନାମ ଯେମିତି ଡାକ୍ତରଖାନା ଯାଇ ପାରିବେ ନାହିଁ ସେଥିପାଇଁ ସିଦ୍ଧୁ ତାଙ୍କ କାର୍ ଚାବି ନେଇ ସେଠାରୁ ଚାଲିଯାଇଥିଲେ। ପରେ ଖବର ପାଇ ବୃଦ୍ଧଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ୧୯୯୯ରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରାଯାଇଥିଲା। କିନ୍ତୁ ଡିସେମ୍ବର ୨୦୦୬ରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଉଭୟଙ୍କୁ ଅନିଚ୍ଛାକୃତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ଏହା ଜାଣିଶୁଣି ହତ୍ୟା ମାମଲା ନଥିଲା ବୋଲି କୋର୍ଟ କହିଥିଲେ। ଘଟଣାରେ ହାଇକୋର୍ଟ ସିଦ୍ଧୁ ଓ ସାନ୍ଧୁଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ଏହାପରେ ଉଭୟ ଅଭିଯୁକ୍ତି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦିଆଯାଇଥିବା ତଥ୍ୟ ସବୁ ବିରୋଧୀଙ୍କର ଚାଲ୍ ଓ ଡାକ୍ତରଖାନା ରିପୋର୍ଟରେ କୌଣସି ସ୍ପଷ୍ଟତା ନାହିଁ ବୋଲି ସିଦ୍ଧୁ କହିଥିଲେ। ଏହାପରେ ୨୦୦୭ରେ କୋର୍ଟ ଦୋଷୀସାବ୍ୟସ୍ତ ଉପରେ ରହିତାଦେଶ ଜାରି କରିଥିଲେ।
ମେ ୧୫ ତାରିଖ ୧୦୧୮ରେ ସୁପ୍ରିମକୋର୍ଟ ଧାରା ୩୨୩(ଜାଣି ଜାଣି ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ସଜା)ରେ ଦୋଷୀ ସାବ୍ୟସ୍ତ କରିଥିଲେ ବି ଧାରା ୩୦୪ (II) (ଅଜଣାତରେ ହତ୍ୟା) ମାମଲାରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଥିଲେ। ଏହାପରେ ସେହିବର୍ଷ ସେପ୍ଟେମ୍ବର ୧୨ ତାରିଖରେ ସୁପ୍ରିମକୋର୍ଟ ମାମଲାର ପୁନଃ ଶୁଣାଣି ପାଇଁ ରାଜି ହୋଇଥିଲେ। ୨୦୨୨ ମାର୍ଚ୍ଚ ୨୫ ତାରିଖରେ ମାମଲାରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଆଜି(ମେ ୧୯) ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ ଶୁଣାଣିଛନ୍ତି ।