ଅମ୍ଳଜାନ ଅଭାବରୁ ନୂଆ ରୋଗୀଙ୍କ ଆଡମିଶନ ସ୍ଥଗିତ ରଖିଲା ଦିଲ୍ଲୀର ସରୋଜ ସୁପର ସ୍ପେସିଆଲିଟି ଡାକ୍ତରଖାନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସଂକଟ ଦିନକୁ ଦିନ ଭୟାବହ ରୂପ ଧାରଣ କରୁଛି। ଦିଲ୍ଲୀର ରୋହିଣୀ ସ୍ଥିତ ସରୋଜ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅକ୍ସିଜେନ ଅଭାବ ହେତୁ ନୂତନ କରୋନା ରୋଗୀଙ୍କ ଆଡମିଶନ ବନ୍ଦ କରୁଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅମ୍ଳଜାନ ଅଭାବ ହେତୁ ଆମେ କରୋନା ରୋଗୀଙ୍କୁ ଡିସଚାର୍ଜ କରୁଛୁ ବୋଲି ହସ୍ପିଟାଲର କରୋନା ଇନ୍-ଚାର୍ଜ ସୂଚନା ଦେଇଛନ୍ତି। ଅମ୍ଳଜାନ ଯୋଗାଣକୁ ସୁଗମ କରିବାକୁ ଜରୁରୀ ନିର୍ଦ୍ଦେଶ ଦେବା ପାଇବା ପାଇଁ ଡାକ୍ତରଖାନା ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ସୂଚନାଯୋଗ୍ୟ, ଅମ୍ଳଜାନ ଅଭାବ ହେତୁ ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ୨୫ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 75037 କରୋନା ଟେଷ୍ଟ କରାଯାଇଛି।

Related Posts