ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ: ଆଇନଶୃଙ୍ଖଳା ରକ୍ଷା ପାଇଁ ନଜର ରଖିବ ୬୦ଟି ଡ୍ରୋନ୍

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନକୁ ନେଇ ଦିଲ୍ଲୀ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁଚାର ଢଙ୍ଗରେ କରିବା ପାଇଁ ପ୍ରାୟ ୪୦୦୦୦ ପୁଲିସ୍, ୨୦୦୦୦ ହୋମଗାର୍ଡ ଏବଂ ୧୦୮ କମ୍ପାନୀ ପାରାମିଲିଟାରୀ ଏବଂ ରାଜ୍ୟ ସଶସ୍ତ୍ର ପୁଲିସ୍ ଫୋର୍ସ ନିୟୋଜିତ ହେବେ। ପୁଲିସ କହିଛି ଯେ ସମ୍ବେଦନଶୀଳ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ୬୦ଟି ଡ୍ରୋନ୍ ବ୍ୟବହାର କରାଯିବ। ଏହି ସବୁ ଡ୍ରୋନ ମାଧ୍ୟମରେ ସମ୍ପୂର୍ଣ୍ଣ ନଜର ରଖାଯିବ |

ବିଶେଷ କରି ଏମସିଡି ଅଧୀନରେ ଆସୁଥିବା ୨୫୦ଟି ୱାର୍ଡର ନିର୍ବାଚନ ପାଇଁ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ଏବଂ ବେଆଇନ ଢଙ୍ଗରେ ଭୋଟରଙ୍କୁ ଯେଭଳି ଭୋଟ୍ ଦେବାକୁ ଚେଷ୍ଟା ନ କରିହେବ ସେଦିଗରେ ପୁଲିସ ପ୍ରମୁଖ ଦୃଷ୍ଟି ଦେବ | ଉତ୍ତର ଦିଲ୍ଲୀର ଡେପୁଟି କମିଶନର (ଡିସିପି) ସାଗର ସିଂ କାଲସି କହିଛନ୍ତି ଯେ ସମସ୍ତ ସମ୍ବେଦନଶୀଳ ବୁଥଗୁଡ଼ିକର ସର୍ଭେ କରାଯାଇଛି।

ନିର୍ବାଚନ ଉପରେ ପୁଲିସ ନଜର ରଖିଛି। ସେ କହିଛନ୍ତି ଯେ ଜିଲ୍ଲା ସ୍ତରର ବରିଷ୍ଠ ଅଧିକାରୀମାନଙ୍କୁ ରାତିରେ ସେମାନଙ୍କ କାର୍ଯ୍ୟାଳୟରେ ରହିବାକୁ କୁହାଯାଇଛି। ଏଥି ସହିତ, ଝଗଡା କିମ୍ବା ଉତ୍ତେଜନାକୁ କେହି ଉସୁକାଇ ସାମ୍ପ୍ରଦାୟିକ ରୂପ ଦେବାର ଚେଷ୍ଟା କରୁଥିବାର ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବାକୁ ପୁଲିସ ଗୁରୁତ୍ୱ ଦେବ | ସେହିପରି ଯଦି ମତଦାନବେଳେ କୌଣସି ସ୍ଥାନରେ ବିଶୃଙ୍ଖଳା ହେବାର ସୂଚନା ମିଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଥାଉ କି ଦିଲ୍ଲୀରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଛି

Related Posts