ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ(ଏମ୍‌ସିଡି) ନିର୍ବାଚନ କୁ ନେଇ ଆଜି ବିଜେପି ଜାରୀ କରିଛି ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଅଦେଶ ଗୁପ୍ତା, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ନେତା ରାମବୀର ସିଂହ ବିଧୁରୀ ଏବଂ ଅନ୍ୟ ସାଂସଦଙ୍କ ସହିତ ମିଶି ସଂକଳ୍ପପତ୍ର ଉନ୍ମୋଚନ କରିଛନ୍ତି। ଦିଲ୍ଲୀ ମ୍ୟୁନିସିପାଲଟିର ସମସ୍ତ ସେବା ଅନ୍‌ଲାଇନ୍‌ରେ ହେବ। ଏକ ମୋବାଇଲ ଆପ୍ ଦ୍ୱାରା ୧୦୦ ଦିନ ଭିତରେ ସେବା ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି।

ଗତ ବର୍ଷ ୧୫ ହେଲା ବିଜେପି ଏମ୍‌ସିଡିରେ କ୍ଷମତାର ରହି ଆସିଛି। ଆପ ଏଠାରେ ତାର ଗଡ଼ ସୁରକ୍ଷା କରିବାକୁ ଚେଷ୍ଟା କରୁଛି। ୨୦୨୪ରେ ଦିଲ୍ଲୀରେ ସାଧାରଣ ନିର୍ବାଚନ ଥିବାରୁ ଏମ୍‌ସିଡି ନିର୍ବାଚନ ଦୁଇ ଦଳ ପାଇଁ ନିର୍ବାଚନ ପୂର୍ବ ସୂଚନା ସଦୃଶ ହେବ। ତେଣୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ବିଜେପି ଓ ଆପ୍ ଚେଷ୍ଟା ଜାରି ରଖିଛନ୍ତି। ତେଣୁ ଲୋକଙ୍କୁ ଲୋଭେଇଲା ଭଳି ସଂକଳ୍ପ ପତ୍ର ଜାରି କରିଛି ବିଜେପି।

ସଂକଳ୍ପ ପତ୍ରରେ ବିଜେପି ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଲାଇସେନ୍ସ ଶେଷ କରିବ। ତା ସହିତ ଫ୍ୟାକ୍ଟୋରୀ ଲାଇସେନ୍ସ ମଧ୍ୟ ରଦ୍ଦ କରିବ ବୋଲି କହିଛି। ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ଫ୍ଲାଇଟରେ ଘର ଯୋଗାଇ ଦିଆଯିବ। ଏଥିପାଇଁ ୧୭୦୦୦ ଫ୍ଲାଟ୍ ପ୍ରସ୍ତୁତ ରହିଛି। ଦିଲ୍ଲୀକୁ ସ୍ୱଚ୍ଛ ସୁରକ୍ଷିତ କରିବା ପାଇଁ ୧୦୦ ପ୍ରତିଶତ ଅଳିଆକୁ ପ୍ରୋସେସିଂ କରି ଉର୍ଜାରେ ପରିଣ କରାଯିବ। ଏମ୍‌ସିଡି ସମସ୍ତ ସେବା ଅନ୍‌ଲାଇନ୍‌ରେ ହେବ। ମୋବାଇଲ୍‌ରେ ଆପ୍‌ରେ ଅଭିଯୋଗ କଲେ ୧୦୦ ଦିନ ଭିତରେ ସମାଧାନ ହେବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ସାଇକେଲ। ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପାଇଁ ସ୍କୁଲ୍‌ଗୁଡ଼ିକରେ ସିସିଟିଭି ଲଗାଯିବା ସହିତ ୨୦୨୭ ସବୁ ସ୍କୁଲ ସ୍ମାର୍ଟ୍‌ସ୍କୁଲ୍‌ରେ ପରିଣତ କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ କହିଛି।