ଜମ୍ମୁରେ ଏକ ବସ୍‌ରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ୍

ଶ୍ରୀନଗର: ଜମ୍ମୁରେ ଏକ ବସ୍ ମଧ୍ୟରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ୍ ହୋଇଛି । ଏକ ବସ୍‌ରୁ IED ପ୍ୟାକେଟ୍ ଜବତ କରିଛି ସୁରକ୍ଷାବଳ । ଜମ୍ମୁର ଟୋଡାରୁ ରାମବନ ଯାଉଥିବା ଏକ ବସ୍‌ରୁ ମିଳିଛି ବିସ୍ଫୋରକ ଭର୍ତି ସାମଗ୍ରୀ । ସିଆରପିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ଜବତ କରି ଛାନବିନ୍ କରୁଛି ।

ଶୁକ୍ରବାର ରାମବନ ଯାଉଥିବା ଏକ ବସ୍‌ରୁ ବିପୁଳ ପରିମାଣରେ IED ମିଳିଥିବା ସୂଚନା । ବସ୍‌ରେ ଏକ ପ୍ୟାକେଟରେ କିଛି ସନ୍ଧିଗ୍ଧ ସାମଗ୍ରୀ ଯାଉଥିବା ନେଇ ପୋଲିସ ଖବର ପାଇବା ପରେ ଚେକିଂ ବ୍ଲକିଂ ଆରମ୍ଭ କରିଥିଲା । ରାମବନ ନିକଟରେ ବସ୍‌କୁ ସର୍ଚ୍ଚ କରି ସେଥିରୁ ଏକ ପ୍ୟାକେଟ୍ ଜବତ କରିଛି । ସିଆରପିଏଫ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛନ୍ତି ।

ରାମବନ ଏସଏସପି ମୋହିତ ଶର୍ମାଙ୍କ କହିବା ଆନୁଯାୟୀ, ପ୍ୟାକେଟ୍‌ରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ସନ୍ଧିଗ୍ଧ ସାମଗ୍ରୀ ଥିବା ପ୍ୟାକେଟ୍ ଖୋଲିବା ପରେ IED ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ମୋହିତ ଶର୍ମା କହିଛନ୍ତି।

Related Posts