ଦିଲ୍ଲୀ ପୁଲିସ ମୋତେ ଆକ୍ରମଣ କରିବା ସହ ମୋର ପୋଷାକ ଚିରି ଦେଇଛି: ତାମିଲନାଡ଼ୁ କଂଗ୍ରେସ ସାଂସଦ ଜୋଥିମାନି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଲଗାତାର ତୃତୀୟ ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପଚରାଉଚରା କରୁଥିବା ବେଳେ ଦିଲ୍ଲୀ ପୋଲିସ ଆକବର ରୋଡରେ ଥିବା ଏଆଇସିସି ମୁଖ୍ୟାଳୟ ଉପରେ ଆକ୍ରମଣ କରି ଅନେକ କଂଗ୍ରେସ କର୍ମୀ ଓ ସାଂସଦଙ୍କୁ ଗିରଫ କରିଥିଲା। ଏହା ମଧ୍ୟରେ ତାମିଲନାଡୁର କୌର ନିର୍ବାଚନମଣ୍ଡଳୀ ପାଇଁ ଲୋକସଭା ସଦସ୍ୟା ଜୋଥିମାନି ମଙ୍ଗଳବାର ରାତିରେ ଟ୍ୱିଟ କରି ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀ ପୋଲିସ ତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ପୋଷାକ ଚିରି ଦେଇଛି ବୋଲି କହିଛନ୍ତି । ସେପଟେ ତାଙ୍କର ଏହି ଟ୍ୱିଟ ଭିଡିଓଟି ସାରା ଦେଶରେ ଖୁବ ଭାଇରାଲ ହେବାରେ ଲାଗିଛି ।

କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଏହି ଭିଡିଓଟି ସେୟାର କରି ଲେଖିଛନ୍ତି ଯେକୌଣସି ଗଣତନ୍ତ୍ରରେ ଏଭଳି ହେବା ବଡ଼ କ୍ଷୋଭର ବିଷୟ। ଜଣେ ପ୍ରତିବାଦକାରୀ ମହିଳାଙ୍କ ସହିତ ଏତାଦୃଶ ବ୍ୟବହାର ଭାରତୀୟ ସଂସ୍କାର ମାନ ଉଲ୍ଲଂଘନ କରୁଛି। ସେଥିରେ ପୁଣି ଜଣେ ଲୋକସଭା ସାଂସଦଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ସଂସ୍କାର ସ୍ତରକୁ ଆହୁରି ନିମ୍ନଗାମୀ କରୁଛି। ଦିଲ୍ଲୀ ପୁଲିସର ବ୍ୟବହାରକୁ ମୁଁ ନିନ୍ଦା କରିବା ସହିତ ଉତ୍ତରଦାୟୀଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଦାବି କରୁଛି। ଦୟାକରି ତଦନ୍ତ କରନ୍ତୁ ବାଚସ୍ପତି ଓମ୍ ବିର୍ଲା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts