ସର୍ବୋଚ୍ଚ ଅଦାଲତରେ ପହଞ୍ଚିଲା ଦିଲ୍ଲୀ ପ୍ରଦୂଷଣ ମାମଲା: ୧୦ରେ ଶୁଣାଣୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ସ୍ଥିତି ଗମ୍ଭୀର କରିଦେଇଥିବା ବେଳେ, ଏହି ଏବେ ମାମଲା ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ବିଷ ବଳୟ ମଧ୍ୟରେ ଅଣନିଶ୍ବାସୀ ହୋଇପଡ଼ିଲେଣି ଲୋକେ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସର ସୂଚକାଙ୍କ ବିପଦ ସଙ୍କେତ ଉପରେ ରହିଛି ।

ରାଜଧାନୀରେ ଜୀବନ ଜିଇଁବା ଜଟିଳ ହୋଇପଡିଥିବା ବେଳେ ପ୍ରଦୂଷଣ ନେଇ ସୋମବାର ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି ।

ପଞ୍ଜାବ ଓ ହରିୟାଣାରେ ଅମଳ ପରବର୍ତ୍ତି ସମୟରେ କ୍ଷେତରେ ନଡ଼ା ଜଳାଯାଉଥିବାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢି ଚାଲିଛି । ଯାହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ଓ ଏହା ଲୋକଙ୍କ ଜୀବନ ସହିତ ଜଡ଼ିତ ଥିବାରୁ ଶୀଘ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଗୁହାରି କରିଥିଲେ ଆବେଦନକାରୀ। ସେପଟେ ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଦିଲ୍ଲୀର ଏୟାର କ୍ବାଲିଟି-୩୩୯ ରହିଥିଲା। ସେହିପରି ଶନିବାର ଏହା ୩୮୧, ଶୁକ୍ରବାର ପ୍ରଦୂଷଣ ସ୍ତରର ୪୪୭ ଓ ଗୁରବାର ୪୫୦ ପଏଣ୍ଟ ରେକର୍ଡ କରାଯାଇଥିଲା । ବାୟୁ ପ୍ରଦୂଷଣ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଦିଲ୍ଲୀବାସୀ

Related Posts