ଟିମ୍ ଇଣ୍ଡିଆକୁ ଶୋଏବ ଅଖତରଙ୍କ ଧମକ: ବର୍ତ୍ତମାନ ଆମେ ପୁଣିଥରେ ଦେଖାହେବା

ପେଶାଓ୍ୱାର : ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ରେ ପ୍ରବେଶ କରିଛି ପାକିସ୍ତାନ । ରବିବାର ଥିଲା ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ସୌଭାଗ୍ୟର ଦିନ । ନେଦରଲ୍ୟାଣ୍ଡ ଭଳି ଏକ ଦୁର୍ବଳ ଦଳ ଗ୍ରୁପ୍-୨ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ ଦୌଡ଼ରୁ ପଡିଥିଲା ବାଦ୍ । ସେମିଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାଦ୍ ପଡିବା ପରେ ପାକିସ୍ତାନ ପାଇଁ ସଫା ହୋଇଥିଲା ରାସ୍ତା । ସେମାନେ ଶେଷ ଗ୍ରୁପ୍ ମ୍ୟାଚ୍ ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ କରିଥିଲା ପ୍ରବେଶ ।

ଟିମ୍ ଇଣ୍ଡିଆକୁ ଶୋଏବ ଅଖତରଙ୍କ ଧମକ:

ହଠାତ୍ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨ରେ ଏଣ୍ଟ୍ରି କରିବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ପାକିସ୍ତାନର ପୂର୍ବତନ ଖେଳାଳି । ଟିମ୍ ଇଣ୍ଡିଆକୁ ଖୋଲାଖୋଲି ଧମକ ଦେଇ ଏମିତି କିଛି କହିଛନ୍ତି ଯାହା କି ସୃଷ୍ଟି କରିଛି ବଡ ବିପଦ ।

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ଭିଡିଓ ରିଲିଜ କରି ଭାରତୀୟ କ୍ରିକେଟ୍ ଦଳ ଉପରେ ନିଜର ଏକ ବିବୃତ୍ତି ଦେଇଛନ୍ତି ।

ଶୋଏବ ଅଖତର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆକୁ ଧମକ ଦେଇ କହିଛନ୍ତି ଯେ ବର୍ତ୍ତମାନ ଆମେ ପୁଣିଥରେ ଦେଖାହେବା । ଶୋଏବ ଅଖତରଙ୍କ କହିବା ମୁତାବକ ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ଭାରତ ଓ ପାକିସ୍ତାନ ଦଳ ପୁଣିଥରେ ଭେଟା ଭେଟି ହେବେ । ଶୋଏବ ଅଖତର ଟିମ୍ ଇଣ୍ଡିଆକୁ ଧମକ ଦେଇ କହିଥିଲେ, ହଁ ତୁମେମାନେ କହୁଥିଲ ଯେ ଆମେ ବାହାରିଯିବୁ ବୋଲି । କିନ୍ତୁ ଏବେ ବାଜି ପଲଟି ଯାଇଛି, ଏବେ ତୁମ ସହ ଆମର ଦେଖାହେବ ।

ଶୋଏବ ଅଖତର କହିଛନ୍ତି, ‘ଯଦି ଭାରତ ଏବଂ ପାକିସ୍ତାନ ଫାଇନାଲରେ ପ୍ରବେଶ କରନ୍ତି । ତେବେ ଏହା ବହୁତ ଭଲ । ଯଦି ସେମିଫାଇନାଲରେ ହାରିଯିବା ପରେ ଭାରତ ଏବଂ ପାକିସ୍ତାନ ବାହାରିଯାଆନ୍ତି ତେବେ ଏହା ଭୁଲ୍ ହେବ । ଶୋଏବ କହିଛନ୍ତି, ‘ପ୍ରାୟ ସମସ୍ତ ଦଳ ଏହି ବିଶ୍ୱକପ୍‌ରେ ବହୁତ ଖରାପ ଖେଳ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ବାହାରିଯାଇଛି । ଇଂଲଣ୍ଡ ଦଳ ମଧ୍ୟ ମହାନ କ୍ରିକେଟ୍ ଖେଳି ନାହିଁ । ପାକିସ୍ତାନ ମଧ୍ୟ ଭଲ ଖେଳି ନାହିଁ

Related Posts