ଦିଲ୍ଲୀ ସରକାର କୋଭିଡ ଟେଷ୍ଟ ଭିତ୍ତିଭୂମିକୁ ନବୀକରଣ କରନ୍ତୁ: ହାଇକୋର୍ଟ

h

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଭାରତର ରାଜଧାନୀ ଦିଲ୍ଲୀ ଠାରେ ଦିନକୁ ଦିନ କୋଭିଡ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀକୁ ପରୀକ୍ଷା ଲ୍ୟାବ ଏବଂ କେନ୍ଦ୍ର ସହ ଜଡିତ ଭିତ୍ତିଭୂମି ନବୀକରଣ କରିବାକୁ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଦିଲ୍ଲୀରେ ପରୀକ୍ଷା ସଂଖ୍ୟା ହ୍ରାସ ପାଇଛି ବୋଲି ହାଇକୋର୍ଟଙ୍କୁ ସୂଚନା ଦେବା ପରେ ଆଜି ଦିଲ୍ଲୀ ହାଇକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଗତ କିଛି ଦିନ ମଧ୍ୟରେ ଦିନରେ କରୋନା ସ୍ଥିତି ଅଣତ୍ତ ହେବାରେ ଲାଗିଛି । ଏହାର ଚାପରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁସୁଡି ପଡିଛି । ଦିଲ୍ଲୀରେ ୨୨,୯୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଏହାର ସକରାତ୍ମକ ୩୦.୨୧ ରହିଛି । ଅନ୍ୟପଟେ ମୋଟ ୭୫,୯୧୨ ମାମଲା ପରୀକ୍ଷା କରାଯାଇଥିଲା । ଠିକ ଏହାର ୨୪ ଘଣ୍ଟା ପୂର୍ବରୁ ୭୪,୭୦୨ ମାମଲା ପରୀକ୍ଷା କରାଯାଇଥିଲା । ସେଥିରୁ ୨୪,୧୦୩ ନୂତନ ସଂକ୍ରମିତ ଚିହ୍ନଟ ହେଇଥିଲେ ।

Related Posts