ଭାରତରେ ଡାକ୍ତର ଏବଂ ନର୍ସମାନଙ୍କୁ ମାଗଣା ବିମାନସେବା ଦେବ ଭିଷ୍ଟାରା

vis

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଭାରତରେ ଡାକ୍ତର ଏବଂ ନର୍ସମାନଙ୍କୁ କୋଭିଡ-୧୯ ମାମଲାରେ ମାଗଣାରେ ବିମାନସେବା ଯୋଗାଇବ ଭିଷ୍ଟାରା । ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ତେବେ ମହାମାରୀ କରୋନା ସମୟରେ ସରକାର ଏବଂ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପୂର୍ବରୁ ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରୀ ମାନଙ୍କ ପାଇଁ ଭିଷ୍ଟାରା ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା । ବିମାନରେ ଉପସ୍ଥିତ ସଦସ୍ୟମାନେ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସର୍ଜିକାଲ ମାସ୍କ, ଗ୍ଲୋଭସ ଓ ଫେସ ସିଲ୍ଡ ପିନ୍ଧିବା ବାଧ୍ୟ କରାଯାଇଥିଲା । ତେବେ ବାସ୍ତବରେ କୋଭିଡ ମହାମାରୀ ସମୟରେ ଭିଷ୍ଟାରା କମ୍ପାନୀର ଏପରି ପଦକ୍ଷେପ ସ୍ୱାଗତଯୋଗ୍ୟ ।

Related Posts