ଚନ୍ଦ୍ରାବାବୁ କରିଥିଲେ, ଜଗନ ଭାଙ୍ଗିଲେ

ସତ୍ୟପାଠ ବ୍ୟୁରୋ : ପ୍ରଜା ବେଦିକା ଉପରେ ବୁଲିଲା ବୁଲଡୋଜର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ର୍ରାବାବୁ ନାଇଡୁଙ୍କ ଟିଡିପି ସରକାର ଅମଳରେ ନିର୍ମିତ ଏହି କୋଠାରେ ଅନିୟମିତତା ହୋଇଥିବା ଦର୍ଶାଇ ଏହାକୁ ଭାଙ୍ଗିବା ଆରମ୍ଭ ହୋଇଛି ।

ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ନିକଟରେ କ୍ରିଷ୍ଣା ନଦୀ କୂଳରେ ବିଶାଳ ଅଟ୍ଟାଳିକା ନିର୍ମାଣ ହୋଇଥିଲା । ୨୦୧୫ରେ ପ୍ରାୟ ୧୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଜଗନ ।

Related Posts