ସାମ୍ନାରୁ ପିଟିଲା ଇଂଜିନ୍, ଜଳିଲା ସମଲେଶ୍ୱରୀ ଏକ୍ସପ୍ରେସ୍

ସତ୍ୟପାଠ ବ୍ୟୁରୋ : ଜଳୁଛି ସମଲେଶ୍ୱରୀ ଏକ୍ସପ୍ରେସ୍ । ହାୱଡା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣାପଡିଛି । ରାୟଗଡା ସିଙ୍ଗାପୁର ରୋଡ- କେଉଟଗୁଡା ମଝିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ ସହ ଟ୍ରାକ ଲାଇନ ମରାମତି କରୁଥିବା ଏକ ମେଂଟନାନ୍ସ ଇଂଜିନ ଧକ୍କା ଖାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସାମ୍ନାପଟୁ ଇଂଜିନ ଟି ଧକ୍କା ଦେବା ଫଳରେ ଉଭୟ ଟ୍ରେନ ଲାଇନ ଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାମରେ ଲାଗିଛି । ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ଅପରାହ୍ନ ୪ଟାରୁ ସାଢ଼େ ୪ଟା ଭିତରେ ଏହା ଘଟିଥିବା ଜଣାପଡିଛି ।

ଏନେଇ ଦୁଇଜଣ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଥିବା ଇଷ୍ଟକୋଷ୍ଟ ରେଲୱେର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସୂଚନା ଦେଇଛନ୍ତି ।

Related Posts