ଯୁଦ୍ଧ ହେବା ସତ୍ତ୍ୱେ ମଧ୍ୟ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି: ସର୍ଭେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁଦ୍ଧ ହେବା ସତ୍ତ୍ୱେ ମଧ୍ୟ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ତେବେ ଲିଭାଣ୍ଡା ସେଣ୍ଟର ନାମକ ଏକ ସର୍ଭେ ସଂସ୍ଥା ପକ୍ଷରୁ ଗତ ଗୁରୁବାରଦିନ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ଜାନୁଆରି ତୁଳନାରେ ମାର୍ଚ୍ଚରେ ପୁଟିନଙ୍କ ଲୋକ ସମର୍ଥନ ବୃଦ୍ଧି ପାଇଛି । ସର୍ଭେ ଅନୁସାରେ ୮୩ ପ୍ରତିଶତ ରୁଷୀୟ ପୁଟିନଙ୍କ କାର୍ୟ୍ୟାନୁଷ୍ଠାନକୁ ସମର୍ଥନ କରୁଛନ୍ତି, ଯାହାକି ଜାନୁଆରି ମାସରେ ୬୯ ପ୍ରତିଶତ ଥିଲା ।

ରୁଷ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଠୋର ଆର୍ଥିକ କଟକଣା ଏହି ସମର୍ଥନ ବୃଦ୍ଧିର କାରଣ ବୋଲି କୁହାଯାଉଛି । ପୁଟିନ ଏବେ ଚାପରେ ଥିବାବେଳେ ରୁଷବାସୀ ତାଙ୍କ ପ୍ରତି ସମର୍ଥନ ଜ୍ଞାପନ କରୁଛନ୍ତି । କେବଳ ପୁଟିନ ନୁହେଁ, ରୁଷର ବିଭିନ୍ନ ସରକାରୀ ସଂସ୍ଥା ପ୍ରତି ସମର୍ଥନ ବଢୁଛି । ତେବେ ଏହି ସର୍ଭେ ପ୍ରକୃତ ବାସ୍ତବିକତାକୁ ପ୍ରତିଫଳିତ କରୁନାହିଁ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts