ମାନସ ସ୍ବାଇଁ ହତ୍ୟା ମାମଲା: ତଦନ୍ତ ପରିସରରେ ଶର୍ମିଷ୍ଠାଙ୍କ ନଣନ୍ଦ

ମାନସ ସ୍ବାଇଁ ହତ୍ୟା ମାମଲାର ପରଦା ଫାର୍ସ କରିଛି କ୍ରାଇମବ୍ରାଞ୍ଚ । କିଏ ଓ କାହିଁକି ମାନସ କୁ ହତ୍ୟା କଲା ସେନେଇ ପରଦା ଉଠିଥିବା ବେଳେ, ଏବେ କାରଣ ହତ୍ୟାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ଟି ଟିମ କ୍ରାଇମ ସ୍ପଟକୁ ଯାଇତଦନ୍ତ କରୁଥିବା ବେଳେ, ଏବେ ଶର୍ମିଷ୍ଠାଙ୍କ ନଣନ୍ଦ କିଛିଦନ ହେବ ଭୁବନେଶ୍ୱର ସ୍କାଏ ଟାୱାର୍‌ ଆପାର୍ଟମେଣ୍ଟରେ ରହୁଥିଲେ । କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ବେଳେ ଶର୍ମିଷ୍ଠାଙ୍କ ଫ୍ଲାଟ୍‌ରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଆସବାବପତ୍ର ନଥିବା ଜଣାପଡ଼ିଛି । ଏସବୁ ତାଙ୍କ ନଣନ୍ଦ ନେଇଯାଇଥିବା ସୂଚନା ମିଳିଛି । ଗତକାଲି ସଂପୃକ୍ତ ମହିଳା ସେଠାରୁ ଜିନିଷ ପତ୍ର ନେଇ ପଳାଇ ଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି । ଉକ୍ତ ମହିଳା ଜିନିଷ ପତ୍ର ନେଇ ଯାଉଥିବା ବେଳେ ତାଙ୍କୁ ଅପାର୍ଟମେଣ୍ଟର ଅନ୍ତୋବାସୀ ଅଟକାଇଥିଲେ । ତାଙ୍କ ଠାରୁ ଏକ ଅଣ୍ଡରଟେକିଂ ଅନ୍ତୋବାସୀ ଲଖାଇଥିବା କହିଛନ୍ତି ।

ତେବେ ରିମାଣ୍ଡ ସରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବ। ଘଟଣାର ଅଧିକ ଖୁଲାସା ପାଇଁ ଆଉ କିଛି ଦିନ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କଠାରୁ ଅନେକ ତଥ୍ୟ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାଶପୁର ଅପହରଣ ସ୍ଥାନ, ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମରୁ ଶବ ପୋତିବା ସ୍ଥାନ ରଣପୁରର ବଧିପାଟଣାକୁ ମାନସଙ୍କ ମୃତଦେହ ନେବାରେ ଶର୍ମିଷ୍ଠା ଏବଂ ଝୁନାଙ୍କର ମୁଖ୍ୟ ଭୂମିକା ଥିଲା ।

ଘଟଣାରେ କ୍ରାଇମବ୍ରାଞ୍ଚ ଆଗରେ ମୁହଁ ଖୋଲିଛନ୍ତି ନିରଞ୍ଜନ । କହିଛନ୍ତି ଶର୍ମିଷ୍ଠାଙ୍କୁ ଫେରାର କରିବାରେ କରିଥିଲେ ସହଯୋଗ। ଏହା ସହ ନିରଞ୍ଜନ ଶର୍ମିଷ୍ଠାଙ୍କୁ ଦେଇଥିଲେ ୧୦ ହଜାର ଟଙ୍କା । ଗାଡ଼ି କରି କାଳିଆପାଣି ପଳାଇଯିବାକୁ ଶର୍ମିଷ୍ଠାଙ୍କୁ ନିରଞ୍ଜନ କହିଥିଲେ ବୋଲି ଜଣାପଡିଛି ।

Related Posts