ବିଗିଡିଲା ସ୍ଥିତି, ଆଜମ ଖାନ୍ ଓ ପୁଅ ଅବଦୂଲ୍ଲା ମେଦାନ୍ତାରେ ଭର୍ତ୍ତି

(ସତ୍ଯପାଠ ବ୍ୟୁରୋ)ଭୁବନେଶ୍ୱର: ସମାଜବାଦି ପାର୍ଟିର   ବରିଷ୍ଠ ନେତା ମହମ୍ମଦ ଆଜାମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଖାନଙ୍କୁ କରୋନୋ ଚିକିତ୍ସା ପାଇଁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେ ୧ ରେ , ଜେଲ ପ୍ରଶାସନ ଆଜାମ ଖାନଙ୍କୁ ଲକ୍ଷ୍ନୌର  କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ଚିକିତ୍ସା ପାଇଁ ମନାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ  ଆଜମ୍ ଖାନ୍ ଜେଲରୁ ବାହାରକୁ ଯିବାକୁ ମନା କରିଦେଇଥିଲେ। ବହୁ ବୁଝାସୁଝା ପରେ ରବିବାର ଦିନ ସନ୍ଧ୍ୟାରେ ତାଙ୍କୁ  ମେଦାନ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଆଜାମ ଖାନଙ୍କ ଚିକିତ୍ସା ପାଇଁ ରବିବାର ଦିନ ସୀତାପୁର ମୁଖ୍ୟ ଚିକିତ୍ସା ଅଧିକାରୀ ମଧୁ ଗାରୋଲାଙ୍କ ସମେତ ଜିଲ୍ଲା ଡାକ୍ତରଖାନାରେ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଥିଲା। ଡେପୁଟି ଜେଲର ଓମ୍ କାର୍ ପାଣ୍ଡେ କହିଛନ୍ତି ଯେ ଉନ୍ନତ ଚିକିତ୍ସା ପାଇଁ ଆଜାମ ଖାନଙ୍କୁ ଲକ୍ଷ୍ନୌ ନେବା ଆବଶ୍ୟକ । 30 ଏପ୍ରିଲରେ ଆଜାମ ଖାନ ଏବଂ ପୁଅ ଅବଦୁଲ୍ଲା କୋଭିଡ -19 ପଜିଟିଭ ଥିବା  ଜଣାପଡ଼ିଥିଲା। ଏପ୍ରିଲ 29 ରେ ଅନ୍ୟ ୧୩ ଜଣ କଏଦୀଙ୍କର ମଧ୍ୟ କୋଭିଡ -19 ପଜିଟିଭ୍ ଚିହ୍ନଟ ହୋଇଥିଲେ।  ଆଜାମ ଖାନ ତାଙ୍କ ପୁଅ ଏବଂ ପତ୍ନୀ ତାଜିନ ଫାଟମାଙ୍କ ସହ ଗତ ବର୍ଷ ଫେବୃଆରୀରେ ବିଭିନ୍ନ ମାମଲାରେ ଜେଲରେ ଥିଲେ। ଡିସେମ୍ବରରେ, ଆହ୍ଲାବାଦ ହାଇକୋର୍ଟ ତାଜିନ୍ ଫତମାଙ୍କୁ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା 34 ଟି ମାମଲାରେ ଜାମିନ ପ୍ରଦାନ କରିଥିଲେ।

Related Posts