(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କେନ୍ଦ୍ର ସରକାରଙ୍କ କରୋନା ପରିଚାଳନାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲଗାତର ମୋଦୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ସୋମବାର କହିଛନ୍ତି ରାହୁଲ କହିଛନ୍ତି ଯେ ଦେଶରେ COVID-19 ସଙ୍କଟର ମୁକାବିଲା ପାଇଁ ବୈଦେଶିକ ସହାୟତା ପାଇବାକୁ ନେଇ ସରକାରଙ୍କ ବାରମ୍ବାର ଛାତି ବାଡେଇବା ଅତ୍ୟନ୍ତ ଦୁଃଖଦାୟକ । ଯଦି ସରକାର ତାଙ୍କର କାର୍ଯ୍ୟ ଠିକ୍ ଭାବେ କରିଥାନ୍ତେ, ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା। ଗତ ସପ୍ତାହରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ଦେଶରୁ ଭାରତକୁ ମିଳିଥିବା ସମସ୍ତ ରିଲିଫ୍ ସାମଗ୍ରୀର ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଥିଲା।
ରାହୁଲ୍ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, “ବୈଦେଶିକ ସହାୟତା ନେଇ ଭାରତ ସରକାର ବାରମ୍ବାର ଛାତି ବାଡେଇବା ଦୁଃଖଦାୟକ ଅଟେ। ” କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଭାରତ ମୁକାବିଲା କରୁଥିବାରୁ ଆମେରିକା, ଋଷ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଆୟାର୍ଲାଣ୍ଡ, ବେଲଜିୟମ, ରୋମାନିଆ, ସିଙ୍ଗାପୁର, ସ୍ୱିଡେନ ଏବଂ କୁଏତ୍ ସମେତ ବହୁ ଦେଶରୁ ବହୁ ପରିମାଣର ଚିକିତ୍ସା ସାମଗ୍ରୀ ଗ୍ରହଣ କରାଯାଇଛି।