‘ଜଣେ ମରାଠୀ ହେବେ ଭାରତର ପ୍ରଧାନମନ୍ତ୍ରୀ’

2050 ସୁଦ୍ଧା କେହି ଜଣେ ମରାଠୀ ଭାରତର ପ୍ରଧାନମନ୍ତ୍ରୀ ହେବେ । ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ନାଗପୁରରେ ଷୋଡ଼ଶ ମରାଠୀ ଜାଗରଣ ସମ୍ମିଳନୀ ଅବସରରେ ଏହା କହିଛନ୍ତି ଫଡନବୀସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କେହି ଜଣେ ମରାଠୀ ଦେଶର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିପାରିନାହାନ୍ତି ।

ଦେଶର ଇତିହାସରେ ମରାଠୀମାନେ ଦୀର୍ଘ ସମୟ ଧରି ରାଜତ୍ବ କରିଥିଲେ । ମରାଠୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ସହ ସୁଯୋଗ ବି ରହିଛି । 2050 ସୁଦ୍ଧା କେହି ଜଣେ ମରାଠୀ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢ଼ତାର ସହ କହିଛନ୍ତି ଫଡନାଭିସ । ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କୁ ମୁଖ୍ୟ ଅତିଥି ରୂପେ ଦେଖିବାକୁ ମିଳିଥିଲା ।

Related Posts