ସତ୍ୟପ୍ରକାଶଙ୍କ ଖୁଲାସାର ପ୍ରଭାବ, ପିପିଲି ଗଣଦୁଷ୍କର୍ମ ମାମଲାରେ ଇସ୍ତଫା ଦେଲେ ମନ୍ତ୍ରୀ ମହାରଥୀ

ରବିବାର ଦିନ 11ଟାରେ ସାମ୍ବାଦିକ ସମ୍ମିଳନୀରେ ସତ୍ୟପ୍ରକାଶ ନାୟକ, ପିପିଲି ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସରକାରଙ୍କ ବିବାଦୀୟ ଭୂମିକାର ଖୁଲାସା କରିବା ସହ ସ୍ପର୍ଶକାତର ମାମଲାରେ ବିଜେଡି ଲିଙ୍କର ପର୍ଦ୍ଦାଫାସ୍‌ କରିଥିଲେ । ଆଉ ଏହା ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ଚଡ଼କ ପଡ଼ିଥିଲା । ଖୁଲାସା ଏତେ ସାଂଘାତିକ ଥିଲା ଯେ ନବୀନଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା । ତୁରନ୍ତ ମହାରଥୀଙ୍କୁ ସମନ କରାଗଲା ।

ପିପିଲି ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ବଡ଼ ଖୁଲାସାର ପ୍ରଭାବ । ମନ୍ତ୍ରୀ ପଦରୁ ଗଲେ ବିବାଦୀୟ ବୟାନ ଦେଇଥିବା ପ୍ରଦୀପ ମହାରଥୀ । ଅତ୍ୟନ୍ତ ସ୍ପର୍ଶକାତର ମାମଲାରେ କେମିତି ବିଜୁ ଜନତା ଦଳର କର୍ମୀ ଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଗଲା ଆଉ ଦଳ ଭାଇ ଓ କ୍ରାଇମ୍‌ବ୍ରାଞ୍ଚ ସମସ୍ତେ ମିଳି ମିଶି ତଦନ୍ତକୁ ଦଳି ମକଚି ଦିଆଯାଇଛି ସତ୍ୟପ୍ରକାଶ ନାୟକ ତାର ଖୁଲାସା କରିବା ପରେ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ରବିବାର ଦିନ 11ଟାରେ ସାମ୍ବାଦିକ ସମ୍ମିଳନୀରେ ସତ୍ୟପ୍ରକାଶ, ପିପିଲି ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସରକାରଙ୍କ ବିବାଦୀୟ ଭୂମିକାର ଖୁଲାସା କରିବା ସହ ସ୍ପର୍ଶକାତର ମାମଲାରେ ବିଜେଡି ଲିଙ୍କର ପର୍ଦ୍ଦାଫାସ୍‌ କରିଥିଲେ । ଆଉ ଏହା ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ଚଡ଼କ ପଡ଼ିଥିଲା । ଖୁଲାସା ଏତେ ସାଂଘାତିକ ଥିଲା ଯେ ନବୀନଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା । ତୁରନ୍ତ ମହାରଥୀଙ୍କୁ ସମନ କରାଗଲା । ରବିବାରରେ ବି ନବୀନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ସାଧାରଣ ନିର୍ବାଚନ ପୂର୍ବରୁ ନିଜର ତଥା ଦଳର ଭାବମୂର୍ତ୍ତି ରକ୍ଷା କରିବାକୁ ମହାରଥୀଙ୍କୁ ଇସ୍ତଫା ଦେବାକୁ କହିଲେ ନବୀନ ।

ପିପିଲି ଗଣଦୁଷ୍ମର୍ମ ମାମଲାର ବିଜେଡି ଲିଙ୍କ ଓ ଅଭିଯୁକ୍ତଙ୍କୁ କେମିତି ନିଜେ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି ସେ ନେଇ ତଥ୍ୟ ପ୍ରମାଣ ସହ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଥିଲେ ସତ୍ୟପ୍ରକାଶ ନାୟକ । ପିପିଲି ଗଣଦୁଷ୍କର୍ମ ଘଟଣା 2011-12 ମସିହାରେ ସାରା ଦେଶରେ ପାଲଟିଥିଲା ଚର୍ଚ୍ଚାର ପ୍ରସଙ୍ଗ । ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦ ଘଟଣାରେ ଉପରକୁ କେବଳ ତଦନ୍ତ ଓ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଉପର ଠାଉରିଆ ଭାବେ କରିଛନ୍ତି । କିନ୍ତୁ ବାସ୍ତବରେ ଏ ଘଟଣାକୁ ପୁରା ରଫାଦଫା କରାଯାଇଛି । ଦୋଷୀ ଓ ସେମାନଙ୍କ ରାଜନୈତିକ ପୃଷ୍ଠପୋଷକଙ୍କୁ କରିବାକୁ ପୁରା ଉଦ୍ୟମ କରିଛି ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ।

ଅଭିଯୁକ୍ତ ଓ ମହାରଥୀଙ୍କୁ ସୁରକ୍ଷା ଦେବା ତଥା ବଞ୍ଚାଇବା ପାଇଁ ପୁରା ମାମଲାକୁ ଚାପି ଦେବାକୁ, ତଦନ୍ତର ଦିଗକୁ ଆଡ଼େଇ ଦେବା ପାଇଁ ସବୁ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରାଯିବାକୁ ଉଦ୍ୟମ କରାଯାଇଛି ସେ ନେଇ ପ୍ରମାଣ ରଖିଥିଲେ ସତ୍ୟପ୍ରକାଶ । ମାମଲାର ସାକ୍ଷୀମାନେ ପୋଲିସ୍‌ ଆଗରେ ଦେଇଥିବା ବୟାନ ପରେ କୋର୍ଟରେ ବଦଳାଇଦେଲେ ବୋଲି କହିଛନ୍ତି ବିଚାରପତି । କେଉଁ ଲୋକ ମାନଙ୍କୁ ପୋଲିସ୍‌ ସାକ୍ଷୀ ଭାବେ କୋର୍ଟରେ ହାଜର କରାଇଥିଲା ଯେଉଁମାନେ ପରେ ବୟାନ ବଦଳାଇଲେ, ତାକୁ ନେଇ କ୍ରାଇମବ୍ରାଞ୍ଚର ଭୂମିକା ରହିଛି ସନ୍ଦେହ ଘେରରେ ।

ବିଜୁ ଜନତା ଦଳର ତତ୍କାଳୀନ ପିପିଲି ବ୍ଲକ୍‌ ଅଧ୍ୟକ୍ଷ ତଥା ଏବେ ବିଜେଡି ବ୍ଲକ୍‌ ଉପାଧ୍ୟକ୍ଷ ଥିବା ଯୁଧିଷ୍ଠୀର ସ୍ବାଇଁ ଓ ସମିତିସଭ୍ୟ ଧରଣୀଧର ସାହୁଙ୍କୁ ସାକ୍ଷୀ ଭାବେ ହାଜର କରିଥିଲା ପୋଲିସ୍‌ । ଯିଏ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନକୁ ଅଦାଲତରେ ସମ୍ପୂର୍ଣ୍ଣ ଭାବେ ବୟାନ ବଦଳାଇଦେଇ ପୁରା ବିଚାର ପ୍ରକ୍ରିୟାକୁ ବିଭ୍ରାନ୍ତ କଲେ ଏବଂ ଆସାମୀ ମାନଙ୍କୁ ଖସିଯିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଲେ ।

ଯୁଧିଷ୍ଠୀର ସ୍ୱାଇଁ ଓ ଧରଣୀଧର ସାହୁ ଉଭୟ ବିଜେଡ଼ିର ପ୍ରମୁଖ କର୍ମୀ ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଘନିଷ୍ଠ ସହଯୋଗୀ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ଯିଏକି ଗୃହ ବିଭାଗର ମୁଖ୍ୟ, ସେ ତାଙ୍କର କ୍ୟାବିନେଟ ସହଯୋଗୀ ତଥା ମନ୍ତ୍ରୀ ଶ୍ରୀ ମହାରଥୀ ଓ ତାଙ୍କ ଦଳୀୟ ସହଯୋଗୀଙ୍କୁ ସୁରକ୍ଷା ଦେବାକୁ ଯାଇ ପୁରା ତଦନ୍ତ ପ୍ରକ୍ରୟାକୁ ବାଟବଣା କରିଛନ୍ତି ।

ଏତିକି ନୁହେଁ ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରୁଥିବା ଓକିଲ(ପବ୍ଲିକ୍‌ ପ୍ରୋସିକ୍ୟୁଟର) ମାନ୍ୟବର ବିଚାରପତିଙ୍କ କହିବା ସତ୍ବେ ମଧ୍ୟ ସଠିକ୍‌ ଭାବେ ପଚରା ଉଚୁରା(କ୍ରସ୍‌ ଏକ୍‌ଜାମିନ୍‌) କଲେ ନାହିଁ । ପୀଡ଼ିତାଙ୍କ ପରିବାର ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବାପାଇଁ ବିଧିବଦ୍ଧ ଭାବରେ ଆବେଦନ କରିବା ସତ୍ୱେ ରାଜ୍ୟ ସରକାର ଏହାକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ ଯାହାର ଫଳସ୍ୱରୂପ କ୍ରାଇମବାଂଚ ତଦନ୍ତ ବାଟବଣା ହେଲା ଏବଂ ଦୋଷୀ ଦଣ୍ଡ ପାଇବା ପରିବର୍ତ୍ତେ ଦୋଷମୁକ୍ତ ହୋଇ ଖସିଗଲେ ।

ପୂର୍ବରୁ ରାଜ୍ୟ ସରକାର ତରବରିଆ ପଦକ୍ଷେପ ନେଇ ପିପିଲି ଥାନାର ତତ୍କାଳୀନ ଆଇଆଇସିଙ୍କୁ ପ୍ରଥମେ ନିଲମ୍ବନ ଓ ପରେ ବହିଷ୍କାର କରିଥିଲେ । କିନ୍ତୁ ନିଲମ୍ବନ ଏବଂ ବହିଷ୍କାର ଆଦେଶ ଉପଯୁକ୍ତ ପ୍ରକ୍ରିୟା ଦେଇ ଯାଇନଥିବାରୁ ମାନ୍ୟବର ନ୍ୟାୟାଳୟ ତାକୁ ଖାରଜ କରିଦେଇଥିଲେ ।

ଏଥିସହ ସ୍ପର୍ଶକାତର ମାମଲାରେ ଉଭୟ ବିଜୁ ଜନତା ଦଳର ସରକାର ଓ ବିଜେପି ଏହାକୁ ନେଇ କେବଳ କେମିତି ରାଜନୀତି କରୁଛନ୍ତି ତାର ମଧ୍ୟ ଖୁଲାସା କରିଥିଲେ ସତ୍ୟପ୍ରକାଶ । ବିଶେଷ କରି ନାରୀ ନିର୍ଯ୍ୟାତନା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏକ ଲଜିକାଲ୍‌ ଏଣ୍ଡ ବା ନିର୍ଣ୍ଣାୟକ ମୋଡ଼ ଯାଏଁ ନେବା ବଦଳରେ ଗୋଟିଏ ପଟେ ବିଜେପିର କାର୍ଯ୍ୟକ୍ରମ କେମିତି ରାସ୍ତା ଘାଟରେ ବୟାନ ବାଜିରେ ସୀମିତ ରହୁଛି ଆଉ ବିଜୁ ଜନତା ଦଳ ଓ ତାର ମୁଖିଆ କେବଳ ଗଣମାଧ୍ୟମକୁ ବକ୍ତବ୍ୟ ଦେଇ ଖସିଯିବାକୁ ପ୍ରୟାସ କରୁଛନ୍ତି ସେ ନେଇ ମଧ୍ୟ ସତ୍ୟପ୍ରକାଶ ସମାଲୋଚନା କରିଥିଲେ । ଆଉ ନିଜର ତଥା ନିଜ ବିଭାଗ ଉପରେ ଆଙ୍ଗୁଳି ଉଠିବାର କେଇ ଘଣ୍ଟା ଭିତରେ ନବୀନ ମହାରଥୀଙ୍କୁ ପୁଣି ଥରେ ମନ୍ତ୍ରୀ ଆସନରୁ ଗଡ଼ାଇ ଦେଲେ ।

Related Posts