ଭକ୍ତ ଓ ଭଗବାନଙ୍କ ହେଲା ମିଳିନ: ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ

ନୂଆଦିଲ୍ଲୀ : ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଘଟିଲା ଅନ୍ତ | ଭକ୍ତ ଓ ଭଗବାନ ଙ୍କ ହେଲା ମିଳନ | ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ | ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ ଖୋଲିଛି । ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ଏହାସହ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ସକାଳେ ପ୍ରାୟ ୨୦ ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ । ଭକ୍ତଙ୍କ ପାଇଁ କେଦାରନାଥ ଦର୍ଶନ ବାରଣ ଥିଲା । କେବଳ ପରଂପରାକୁ ବଞ୍ଚାଇବା ପାଇଁ ୨୦୨୦ ଓ ୨୦୨୧ ମସିହାରେ କେଦାରନାଥଙ୍କ କବାଟ ଖୋଲିଥିଲା ।

ଶୁକ୍ରବାର ସକାଳେ କେଦାରନାଥର ପୂଜାରୀଙ୍କୁ ଥାଟପାଟରେ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରାଯାଇ କବାଟ ଖୋଲାଯାଅଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୨ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ସେହିପରି ବଦ୍ରିନାଥରେ ୧୫ ହଜାର ଓ ଗଙ୍ଗୋତ୍ରୀରେ ୭ ହଜାର ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ।

ପୂର୍ବରୁ ଖୋଲିସାରିଛି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ

ଏହାପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନେତ୍ରୀର କବାଟ ଖୋଲିସାରିଛି । ମେ ୮ରେ ବଦ୍ରିନାଥର କବାଟ ଖୋଲିବ । କବାଟ ଖୋଲିବା ପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି । କାରଣ ସେମାନେ ପୂର୍ବରୁ ପଞ୍ଜୀକରଣ ମଧ୍ୟ କରିଛନ୍ତି ।

Related Posts