ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ(ସତ୍ୟପାଠ ବ୍ୟୁରୋ): ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୨୧ଠାରୁ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ। ଅଧିକାଂଶ ଲୋକ ଡବଲ ଡୋଜ୍ ନେଇସାରିଥିବାରୁ ହେଲା ନିଷ୍ପତ୍ତି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ଏବେ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ। ଆଜି ନୀତି ସବ୍କମିଟି ଓ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା।

୧୯ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ସେ ୫ଟାରୁ ୫ଟା ୪୫ ମିନିଟ୍ ଭିତରେ ଶ୍ରୀମନ୍ଦିରରେ କରିବେ ଦର୍ଶନ। ରାଷ୍ଟ୍ରପତିଙ୍କ ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେପଟେ ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ନୀତିକାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନୀତି ଶୃଙ୍ଖଳିତ କରିବା ପାଇଁ ହେବ ନୀତି ସବକମିଟି ବୈଠକ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Related Posts