ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ: ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର: ହେତୁବାଦୀ ଓ ପରମ୍ପରାବାଦୀ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏହି ବିବାଦ ବଢ଼ିବାକୁ ଲାଗୁଛି । ଯାହାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ ।

ଏ ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି, ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଖାଇବା ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିକୁ ଅପମାନ କରିବା ନେଇ ହେତୁବାଦୀଙ୍କ ବିରୋଧରେ ବିଭିନ୍ନ ବ୍ରାହ୍ମଣ ସମାଜ ଆପତି ଉଠାଇ ଆସୁଛନ୍ତି । ଏନେଇ ଭିନ୍ନ ଭିନ୍ନ ଥାନାରେ ଏତଲା ବି ହୋଇଛି । ଏହାଭିତରେ ପୁରୀ ସେବାୟତ କିନ୍ତୁ ହେତୁବାଦୀଙ୍କୁ ଶ୍ରୀମନ୍ଦିର ଭିତରେ ପୁରାଇଦେବେନି ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ।

Related Posts